କନକବ୍ୟୁରୋ : ଜୁଲାଇ ୯ରୁ ଶ୍ରମିକଙ୍କ ଆନ୍ଦୋଳନ ।  ୧୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ । ଆସନ୍ତା ୯ ତାରିଖରେ ହେବ ବଡ଼ ହରତାଳ । ଏନେଇ ରାଜ୍ୟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  ସଙ୍ଗଠନ ଗୁଡିକ ଅଭିଯୋଗ କରିଛନ୍ତି, ମୋଦି ଶାସନର ୧୧ବର୍ଷ ମଧ୍ୟରେ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ବଢ଼ିଛି  ।

Advertisment

ବେକାରୀ , ଦୂରାବସ୍ଥା ଏବଂ ଅସମାନତା ଏବେ ଆକାଶଛୁଆଁ ହେବାରେ ଲାଗିଛି ।  ମଜୁରୀ  ର ପରିମାଣ କମିବାରେ ଲାଗିଛି । ଶ୍ରମିକଙ୍କ ର ଅଧିକାର ତଥା ସାମାଜିକ ସୁରକ୍ଷା ନଷ୍ଟ ହେବାରେ ଲାଗିଛି ।   ବିନା କୌଣସି ଅଧିକାରରେ ଶ୍ରମିକ ଶ୍ରେଣୀର ଭାଗ୍ୟ ସମ୍ପୂର୍ଣ ଅନ୍ଧକାରମୟ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି ସଂଗଠନ ନେତା  ।  ୯ ତାରିଖର ଏହି ଡାକରାକୁ  ରାଜ୍ୟ କଂଗ୍ରେସ ସମର୍ଥନ ଦେଇଛି ।   ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରେସ ବିବୃତ୍ତିରେ ଜରିଆରେ ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇବେ ବୋଲି ସୂଚନା ଦେଇଛନ୍ତି। 
--