ଚର୍ଚ୍ଚାରେ ଆଶା ଦିଦି ଶିବାନୀ ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୨୪ ଘଣ୍ଟାରେ ମିଳିଲା ପକ୍କା ଘର ପାଇଁ ୱାର୍କ ଅର୍ଡର

ସାବାସ୍ ଶିବାନୀ ; ବାତ୍ୟା ବେଳର କାମକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୨୪ ଘଣ୍ଟାରେ ମିଳିଲା ଆବାସ ଘର ପାଇଁ ୱାର୍କ ଅର୍ଡର । ଅନେକ ବିପନ୍ନଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ଆଣି ଚର୍ଚ୍ଚାରେ ଶିବାନୀ ।

19sabas

କନକ ବ୍ୟୁରୋ:  ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଅସହାୟଙ୍କ ପାଇଁ ପାଲଟିଥିଲେ ଦେବଦୂତ । ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଅନେକ ବୃଦ୍ଧବୃଦ୍ଧା ଓ ଗର୍ଭବତୀ ମାନଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ତାଙ୍କର ଥିଲା ବଡ଼ ଭୂମିକା ।

କାମ ବେଳେ ତାଙ୍କରୀ ସିନା କାହା ପ୍ରତି ନିଘା ନଥିଲା ହେଲେ ତାଙ୍କ ଉପରେ ପଡିଥିଲା ଗଣମାଧ୍ୟମର ନଜର । ତାଙ୍କର ସେବା ତାଙ୍କୁ ଆଜି ଜଣେ ଚର୍ଚ୍ଚିତ ଚେହେରା କରିଛି । ତାଙ୍କ ପାଖକୁ ଛୁଟୁଛି ସାଧାରଣ ଜନତାଙ୍କ ଶୁଭେଚ୍ଛା ଠାରୁ ନେତା ମନ୍ତ୍ରୀଙ୍କ ପ୍ରଶଂସାର ସୁଅ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା ପରେ ଆବାସ ଘର ଯୋଗାଇ ଦେବାକୁ ଦିଆଯାଇଛି  ନିର୍ଦ୍ଦେଶ । ଯାହାପରେ କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଘରେ ପହଞ୍ଚି ବିଡିଓ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe