କନକ ବ୍ୟୁରୋ : ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ୟ୍ୟ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ବୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ସେହିପରି ମନ୍ତ୍ରୀ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି । କଟକ ଭୁବନେଶ୍ଵରରେ ଟ୍ରାଫିକ ସମସ୍ୟା ଦୂର ଲାଗି ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ। ଅନ୍ୟପଟେ କଟକ ମେୟର ସୁବାସ ସିଂ କହିଛନ୍ତି, ଆଲୋଚନା ଫଳଫ୍ରଦ ହୋଇଛି। ପୂଜା ପୂର୍ବରୁ ରାସ୍ତା ମରାମତି କାମ ସୁରୁଖୁରୁରେ ଶେଷ ହେବ।