ଅବଧି ସରିଲା ପରେ ବି ଚାଲିଛି କାମ : ଅଧାରେ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ

Advertisment

ଅବଧି ସରି ବର୍ଷେ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କଳାହାଣ୍ଡି ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ ।

Updated On

ଅବଧି ସରି ବର୍ଷେ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କଳାହାଣ୍ଡି ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ ।

ଅଦ୍ୟତନ ହୋଇଛି
project work

Photograph: (KanakNews)

କନକବ୍ୟୁରୋ  ଅବଧି ସରି ବର୍ଷେ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନି । କଳାହାଣ୍ଡି ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ଠିକା ସଂସ୍ଥା ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ମନମୁଖୀ କାମ ଯୋଗୁଁ ଆଗେଇ ପାରୁନାହିଁ କାମ ।  ଖରା ଆରମ୍ଭରୁ ମୁନ୍ଦାଏ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ  । ନଳକୂଅର ଗୋଳିଆ ପାଣି ପିଉଛନ୍ତି ଲୋକେ । ଏପରିକି ଖରାରେ ନାଳ ଓ ଚୁଆର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳରାମପୁର ଓ କଲମପୁର ବ୍ଲକର ବିଭିନ୍ନ ଗାଁରୁ ।  

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାମ ପାଇଁ ଏଭଳି ବିଳମ୍ବ ହେଉଥିବା  ଅଭିଯୋଗ ହୋଇଛି  । ରାସ୍ତା କଡରେ ପାଣି ପାଇପ ପଡିରହିଛି ହେଲେ ଏବେ ବି ଅନେକ ଗାଁକୁ ସଂଯୋଗ ହୋଇପାରିନାହିଁ । ଅନ୍ୟପଟେ ଗାଁ ଓ ବିଭିନ୍ନ ସାହିରେ ପାଇପ ପୋତିବା ପାଇଁ କଂକ୍ରିଟ ରାସ୍ତାକୁ ଜେସିବି ସହାୟତାରେ ଗାତକରି ମରାମତି କରାନଯାଉଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି ଲୋକ ।

ସେପଟେ ଅଭିଯୋଗ ମିଳିବା ପରେ ଘଟଣାର ତଦନ୍ତ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏପରିକି ଏହି ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ନେଇ ପ୍ରତିଶୃତି ମଧ୍ୟ ମିଳିଛି । ପାଣି ଯୋଗୁ ସମସ୍ୟା ଭୋଗୁଥିବା ଲୋକଙ୍କ ପ୍ରତି ଗୁରୁତ୍ବ ଦିଆଯିବା ସହ ପ୍ରକଳ୍ପ କାମ ଖୁବଶୀଘ୍ର ଶେଷ କରାଯାଇପାରିଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ  ।


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe