କନକ ବ୍ୟୁରୋ: ତମେ ପହଲଗାମରେ ବିଶ୍ୱାସଘାତକତା କରିଥିଲ । ଆମ ଦେଶର ନୀରିହଙ୍କୁ ହତ୍ୟା କରିଥିଲ । ଆମ ବିରୋଧରେ ଷଡଯନ୍ତ୍ର କରିଥିଲ । ହେଲେ ଆମେ ତମଠୁ ବିଶ୍ୱ ମଞ୍ଚରେ ବଦଲା ନେବୁ । ଆଉ ସେ ପର୍ଯ୍ୟନ୍ତ ନେବୁ ଯେ ପର୍ଯ୍ୟନ୍ତ ଆମ ପ୍ରତିଶୋଧ ପୂରା ନହେଇଛି । ଏସିଆ ପରେ ଏବେ ବିଶ୍ୱକପରେ ବେଜିତ୍ ହେବ ପାକିସ୍ତାନ । ପୁରୁଷ କ୍ରିକେଟର ପଥରେ ଚାଲିବ ମହିଳା କ୍ରିକେଟ ଟିମ୍ । ଆଉ ପାକିସ୍ତାନଠାରୁ ନେବେ ବଦଲା । ଏସିଆ କପ ପରି ବିଶ୍ୱକପରେ ବି ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ । ଅର୍ଥାତ ଭାରତ-ପାକିସ୍ତାନ ଖେଳ ହେବ ସତ ହେଲେ ପାକିସ୍ତାନ ଟିମ୍ ସହ ହାତ ମିଶାଇବେନି ଭାରତୀୟ ମହିଳା ଦଳ । 

Advertisment

ମହିଳା କ୍ରିକେଟ ବିଶ୍ୱକପରେ ଭାରତ ତାର ଅଭିଯାନ ଆରମ୍ଭ କରି ସାରିଛି । ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇ ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଆଉ ଅକ୍ଟୋବର 5 ତାରିଖରେ ଭାରତ-ପାକିସ୍ତାନକୁ ଭେଟିବ । ସବୁଥର ପରି ଏହି ମ୍ୟାଚ ବି ହାଇଭୋଲ୍ଟେଜ ରହିବ । ପୁରୁଷ ଏସିଆ କପରେ ଭାରତ ଯେଉଁଭଳି ପାକିସ୍ତାନକୁ ଜବାବ ଦେଇଥିଲା । ଆଉ ସାରା ବିଶ୍ୱ ଆଗରେ ବେଜିତ କରିଥିଲା, ଠିକ ସେହିଭଳି ମହିଳା ବିଶ୍ୱକପରେ ବି ଟିମ୍ ଇଣ୍ଡିଆ ପାକିସ୍ତାନ ଟିମକୁ କଡା ଜବାବ ଦେବ । 

ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚକୁ ସାରା ଦେଶରେ କଡା ବିରୋଧ ହୋଇଥିଲା । କାରଣ ଦେଶବାସୀ ଚାହୁନଥିଲେ ଯେଉଁ ଦେଶ ପହଲଗାମରେ ଆମ ନୀରିହ ଲୋକଙ୍କୁ ହତ୍ୟା କରିଥିଲେ ସେମାନଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖାଯାଉ ବୋଲି । ହେଲେ ବାଦବିବାଦ ଭିତରେ ଭାରତ ପାକିସ୍ତାନ ସହ ମ୍ୟାଚ ଖେଳିଥିଲା । ଆଉ ପାକିସ୍ତାନ ଟିମ୍ ପ୍ରତି ଯେଉଁଭଳି ମନୋଭାବ ଦେଖାଇଥିଲା । ସେଥିରେ ପାକିସ୍ତାନ ସାରା ବିଶ୍ୱରେ ବେଜିତ୍ ହୋଇଥିଲା । କାରଣ ମ୍ୟାଚ ପରେ ଭାରତୀୟ ଖେଳାଳି ପାକିସ୍ତାନ ଟିମ ସହ ହାତ ମିଶାଇନଥିଲେ । ପାକିସ୍ତାନ ଖେଳାଳି ଅପେକ୍ଷା କରିଥିଲେ ବି ଭାରତୀୟ ଖେଳାଳି ଡ୍ରେସିଂ ରୁମ୍ କବାଟ ବନ୍ଦ କରି ଭିତରକୁ ଚାଲିଯାଇଥିଲେ । 

ଏସିଆ କପରେ ଏଇଠୁ ଆରମ୍ଭ ହୋଇଥିବା ବିବାଦ ଫାଇନାଲ ଯାଏଁ ପହଞ୍ଚିଥିଲା । ସାରା ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଏଭଳି ବ୍ୟବହାର ଜାରି ରଖିଥିଲା ଭାରତ । ସେହିପରି ଫାଇନାଲରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା ଲାଗିଥିଲା । ଭାରତ ଚାମ୍ପିୟନ ହେବା ପରେ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନ ମନ୍ତ୍ରୀ ମୋହସିନ ନକଭିଙ୍କ ହାତରୁ କପ ନେଇ ନଥିଲା ଭାରତ । ନକଭି ବହୁ ସମୟ ଧରି କପ ଦେବାକୁ ଅପେକ୍ଷା କରି ରହିଥିଲେ ବି କୌଣସି ଭାରତୀ ଖେଳାଳି ମଞ୍ଚକୁ ଯାଇନଥିଲେ । ଶେଷରେ ନକଭି କପ ନେଇ ଚାଲିଯାଇଥିଲେ । ଫଳରେ ବିନା ଟ୍ରଫିରେ ସେଲିବ୍ରେସନ କରିଥିଲେ ଭାରତୀୟ ଖେଳାଳି ।

 କେବଳ ଏତିକିରେ କମିନଥିଲା ପାକିସ୍ତାନର ବେଜିତ୍ । ଶେଷରେ ନକଭି ବିସିସିଆଇକୁ ଭୁଲ ମାଗିବା ସହ ଟ୍ରଫି ଫେରାଇଥିଲେ । ଆଉ ଏବେ ପାଳି ମହିଳା ଟିମର । ମହିଳା ଟିମ୍ ବି ପାକିସ୍ତାନ ଦଳ ସହ ହାତ ନମିଳାନ୍ତୁ ବୋଲି ବିସିସିଆଇ ନିର୍ଦ୍ଦେଶ ଦେଇଛି ବୋଲି ସୂଚନା ମିଳିଛି ।