କନକ ବ୍ୟୁରୋ : ମହିଳା ଟି-୨୦ ବିଶ୍ବକପର ନବମ ସଂସ୍କରଣରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ । ସଂଧ୍ୟା ୭ଟା ୩୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ଗତଥରର ସେମିଫାଇନାଲିଷ୍ଟ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଭାରତୀୟ ମହିଳା ଦଳ କେବେବି ବିଶ୍ବକପ୍ ଜିତି ନଥିବାରୁ ଆତ୍ମବିଶ୍ବାସର ସହ ଚଳିତ ଅଭିଯାନ ଆରମ୍ଭ କରିବା ଲାଗି ପ୍ରଥମ ମ୍ୟାଚକୁ ଜିତିବା ଦଳ ପାଇଁ ଅପରିହାର୍ୟ୍ୟ ହୋଇଛି । 

Advertisment

ସେହିପରି ଗତ ଏକବର୍ଷ ମଧ୍ୟରେ ନ୍ୟୁଜଲାଣ୍ଡର ପ୍ରଦର୍ଶନ ସେତେଟା ଭଲ ନଥିଲେ ମଧ୍ୟ ଦୁଇ ଥରର ଉପବିଜେତା ଦଳ ଯେ କୌଣସି ପ୍ରକାର ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ । ଏଣୁ ଭାରତୀୟ ମହିଳା ଦଳ ଆଜିର ମ୍ୟାଚକୁ ହାଲୁକା ଭାବେ ନେବ ନାହିଁ ବୋଲି କ୍ରିକେଟ ସମୀକ୍ଷକଙ୍କ ମତ ।