କନକ ବ୍ୟୁରୋ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗକୁ ମହିଳାଙ୍କ ସୁରକ୍ଷା ଚିନ୍ତା ଘାରିଛି। ମହିଳା କର୍ମଚାରୀ ଓ ଛାତ୍ରୀମାନେ କ୍ୟାମ୍ପସରେ ନିଜକୁ କେମିତି ସୁରକ୍ଷିତ ଭାବିବେ, ସେଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଶିକ୍ଷାନୁନଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। 

Advertisment

ଉତ୍କଳ ବିଶ୍ୱଦ୍ୟାଳୟରୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପର ହୋଇଛି। ବିଶ୍ୱବିଦ୍ୟାଳୟ ଓ କଲେଜରେ ଆସନ୍ତା ୩୦ ତାରିଖ ସୁଦ୍ଧା ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଶିକ୍ଷାନୁଷ୍ଠାନରେ କମିଟି ଅଛି, ତାର କାର୍ଯ୍ୟକାରିତା ସମ୍ପର୍କରେ ତୁରନ୍ତ ତଥ୍ୟ ଦେବାକୁ କୁହାଯାଇଛି। 

ଆଇସିସି ଗଠନ ପାଇଁ ପୂର୍ବରୁ ନିର୍ଦେଶ ସତ୍ତ୍ବେ ବି ଅନେକ ଶିକ୍ଷାନୁଷ୍ଠାନରେ ଏହା ଗଠନ ହୋଇପାରିନାହିଁ । ରାଜ୍ୟରେ ଏଭଳି ୩୦୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଟି ନାହିଁ । କମିଟି ନଥିବାରୁ କାର୍ଯ୍ୟରତ ମହିଳା କର୍ମଚାରୀ କିମ୍ବା ଛାତ୍ରୀଙ୍କ ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ପହଁଚି ପାରୁନି। ଶିକ୍ଷାକ୍ଷେତ୍ରରେ ଏକ ସୁରକ୍ଷିତ ବାତାବରଣ ଦେବାରେ ଏହି କମିଟି କାର୍ଯ୍ୟ କରିବ। ଉଚ୍ଚଶିକ୍ଷା ବଭାଗର ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ଛାତ୍ରୀ।

ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ କେତେ ସକ୍ଷମ ହେଉଛି ବିଭାଗ । ପୂର୍ବପରି ନିର୍ଦେଶ ପରେ ବି ଚୁପ ବସିଯିବେ ଶିକ୍ଷାନୁଷ୍ଠାନ ।