Photograph: (kanaknews)
କନକ ବ୍ୟୁରୋ : ଚଳିତ ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍ରେ ଭାରତୀୟ ‘ଏ’ ଦଳ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲରେ ଭାରତ ୫ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତୀୟ ବୋଲିଂକୁ ସାମ୍ନା କରି ନପାରି ଟସ୍ ଜିତି ପ୍ରଥେମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୯.୪ ଓଭରରେ ୧୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ରାଧା ଯାଦବ (୩.୪-୦-୧୯-୪), ପ୍ରେମା ରାୱତ (୪-୧-୯-୨) ଓ ତନୁଜା କନୱର (୪-୦-୨୦-୨) ବୋଲିଂ ସଫଳତା ପାଇଥିଲେ । ଜବାବରେ ଭାରତ ୧୩.୩ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।
ଅଧିକ ପଢନ୍ତୁ ... ଇରାନ ଉପରେ ସୀମିତ ସାମରିକ ଆକ୍ରମଣ ଯୋଜନା: ପ୍ରକାଶ କଲେ ଟ୍ରମ୍ପ
ବୃନ୍ଦା ଦିନେଶ (୨୦ ବଲ୍ରୁ ୪୨), ରାଧା ଯାଦବ (୧୮ ବଲ୍ରୁ ୩୧*) ଓ ଅନୁଷ୍କା ଶର୍ମା (୧୮ ବଲ୍ରୁ ୨୭) ଦଳକୁ ସହଜ ବିଜୟ ଦେଇଥିଲେ । ଅଲ୍ରାଉଣ୍ଡ୍ ସଫଳତା ପାଇଁ ରାଧାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ରବିବାର ଫାଇନାଲ୍ରେ ବାଂଲାଦେଶକୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍ରେ ବାଂଲାଦେଶ ୫୪ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ବାଂଲାଦେଶ ୧୧୦/୮ କରିଥିଲା ବେଳେ ପାକିସ୍ତାନ ୫୬ ରନ୍ରେ ଅଟକି ଯାଇଥିଲା।
Follow Us