ଓମେନ୍ ପ୍ରିମିୟର ଲିଗ୍  ; ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟଥର ପାଇଁ ଚାମ୍ପିୟନ

ଓମେନ୍ ପ୍ରିମିୟର ଲିଗ୍  । ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟଥର ପାଇଁ ଚାମ୍ପିୟନ । ଫାଇନାଲରେ ୮ ରନରେ ହାରିଲା ଦିଲ୍ଲୀ ।

ଅଦ୍ୟତନ ହୋଇଛି
Womens'Cricket

Womens'Cricket Photograph: (KanakNews)

କନକ ବ୍ୟୁରୋ: ଦ୍ବିତୀୟ ଥର ପାଇଁ ଓମେନ୍ ପ୍ରିମିୟର ଲିଗ୍ ଚାମ୍ପିୟନ୍ ହେଲା ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲରେ ୮ ରନ୍‌ରେ ଦିଲ୍ଲୀକୁ ପରାସ୍ତ କଲା ଦଳ । ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍‌ କରିପାରିଥିଲା । ୧୫୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ବ୍ୟାଟିଂ କରୁଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର ୧୫ ରନ୍‌ ସ୍କୋର ବେଳେ ଅଧିନାୟକ ମେଗ୍ ଲାନିଙ୍ଗ ଆଉଟ୍ ହୋଇଥିଲେ । ଶେଫାଲି ବର୍ମା ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମୁମ୍ବାଇ ପକ୍ଷରୁ ବ୍ରଣ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ମଧ୍ୟ ପ୍ରାରମ୍ଭିକ ପ୍ରଦର୍ଶନ ଭଲ ନଥିଲା । ଦଳ ୫ ଓଭର ମଧ୍ୟରେ ପ୍ରାରମ୍ଭିକ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା । ଅଧିନାୟକ ହରନମପ୍ରୀତି କୌର ସର୍ବାଧିକ ୬୬ ରନ୍ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe