କନକ ନ୍ୟୁଜ : ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯୁବତୀଙ୍କ ଭିଡିଓ। କୋହଭରା କଣ୍ଠରେ ନ୍ୟାୟ ମାଗିଛନ୍ତି ମହିଳା। ଯୁବତୀଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣଙ୍କ ଛାତି ଥରିଯିବ। କିଛି ମାସ ତଳେ ଫେସବୁକରେ ଜଣେ ଅଜଣା ଯୁବକ ସହ ବନ୍ଧୁତା କରିଥିଲେ। ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଘର ଲୋକଙ୍କ ସହ ଦେଖା କରାଇ ଦେବାକୁ କହି, ଯୁବତୀଙ୍କୁ ଭୁବନେଶ୍ୱର ସ୍ଥିତ ବାସ ଭବନକୁ ଡକାଥିଲେ ଯୁବକ ଜଣକ। ସେଠାରେ ତାଙ୍କୁ ମୃଦ୍ୟୁ ପାନୀୟରେ ନିଶା ଦେଇ ତାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓ କଏଦ କରିଥିଲେ। ଆଉ ଭିଡିଓ ଭାଇରାଲର ଧମକ ଦେଇ ବାରମ୍ୱାର ଭୁବନେଶ୍ୱରକୁ ଡାକୁଥିଲେ। ଏପରିକି ଯୁବତୀଙ୍କ ସୃମ୍ପର୍କୀୟଙ୍କୁ ମୋବାଇଲକୁ ଏହି ଭିଡିଓ ପଠାଇ ଥିଲେ। ଏନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡିତା। କିନ୍ତୁ ତାଙ୍କୁ ସେଠାରେ ଏଫଆଇଆର ବଦଳାଇବାକୁ ଥାନାରେ କୁହାଯାଇଥିଲା। ଦୁଷ୍କର୍ମ ଲେଖା ନ ବଦଳାଇଲେ ଏହି ଘଟଣା ପରିବାର ଲୋକଙ୍କୁ ଜଣାଇଦେବାର ଭୟ ଦେଖାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।
ସେପଟେ କମିଶନରେଟ ପୁଲିସର ମହିଳା ଥାନା ପୁଲିସର ଏଭଳି କାର୍ୟ୍ୟକୁ ନେଇ ନିନ୍ଦା କରିଛନ୍ତି ଆଇନଜୀବୀ। କହିଛନ୍ତି, ଏଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗକୁ ପୁଲିସ ହାଲୁକା ଭାବରେ ଗ୍ରହଣ କରିବା ଠିକ ନୁହେଁ। ଭିଡିଓ ଭାଇରଲ ହୋଇଥିବା ଫୋନକୁ ପ୍ରଥମେ ଜବତ କରିବା କଥା।
ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ପୁଲିସ କମିଶନର। କାହିଁକି ମହିଳା ଥାନା ପୁଲିସ ଏଫଆଇଆର ଗ୍ରହଣ କରିଲାନି, ସେନେଇ ତଦନ୍ତ ନିର୍ଦେଶ ଦେିଛନ୍ତି। ଜୋନ-୧ ଏସିପି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ। ତେବେ ଏଠାରେ ପ୍ରଶ୍ନ ଉଠୁଛି- ମହିଳା ଥାନା ପୁଲିସ କାହା ପାଇଁ ? କାହିଁକି ଜଣେ ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୁଲିସ? ଜଣେ ସାବାଳିକାର ଭିଡିଓ ଭାଇରାଲକୁ ନ ରୋକି, ପରିବାର ଲୋକଙ୍କୁ ଜିମା ଦେବାର ଭୟ କାହିଁକି ଦେଖାଗଲା? କିଏ ସେହି ଯୁବକ, କଣ ତାଙ୍କ ପରିଚୟ? ଯୁବକଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରାଯାଉଛି କି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/YNIfYC64Ylp8uiy4QHTk.jpg)