କନକ ବ୍ୟୁରୋ: ମହିଳା ଦିନିକିଆ ବିଶ୍ୱକପରେ ଆଜି ବଡ଼ ମ୍ୟାଚ । ସୁପର ସଣ୍ଡେରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ମହିଳା ଟିମ୍ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଆଜି ମ୍ୟାଚରେ ଭାରତ ମହିଳା ଦଳ ପୁରୁଷ ଦଳଙ୍କ ଭଳି ପାକିସ୍ତାନଠାରୁ ବିଜୟୀ ହେବାକୁ ଚେଷ୍ଟା କରିବେ । ସେହିପରି ପାକିସ୍ତାନ ପ୍ରତିଶୋଧ ଲକ୍ଷ୍ୟରେ ରହିବ । 

Advertisment

ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇଥିଲା । ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ହୋଇଥିଲା । କହିବାକୁ ଗଲେ ଏବେ ଭାରତର ପଲ୍ଲା ଭାରି ରହିଛି । ତେବେ ଭାରତ ଏହି ମ୍ୟାଚରେ ପାକିସ୍ତାନକୁ ପୁଣି ପାନେ ଦେବା ଲକ୍ଷ୍ୟରେ ରହିଛି ।