କନକବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ବକପକୁ ଆୟୋଜନ କରୁଛନ୍ତି । ହରମନପ୍ରିତ୍ କୌରଙ୍କ ଅଧିନାୟକତ୍ବରେ ଭାରତୀୟ ମହିଳା ଟିମ୍ ପଡିଆକୁ ଓହ୍ଲାଇବ । ଭାରତୀୟ ଟିମ୍ ବ୍ୟାଟର ଓ ବୋଲରଙ୍କୁ ନେଇ ବେଶ୍ ସନ୍ତୁଳିତ ରହିଛି । ସ୍ମୃତି ମନ୍ଧାନା, ରିଚା ଘୋଷ, ଦୀପ୍ତି ଶର୍ମା, ରେଣୁକା ସିଂଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ସେପଟେ ଚମାରି ଆଟାପାଟୁଙ୍କ ନେତୃତ୍ବରେ ଶ୍ରୀଲଙ୍କା ଟିମ୍ ମଧ୍ୟ ବେଶ୍ ଶକ୍ତିଶାଳୀ ।
ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ : ଗୁଆହାଟୀରେ ଉଦ୍ଘାଟନୀ ମ୍ୟାଚ
ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ ।
/kanak/media/media_files/2025/09/30/7-2025-09-30-08-24-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)