କନକବ୍ୟୁରୋ : ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୃର୍ବୁତ୍ତ । ସକାଳୁ ସକାଳୁ ମନ୍ଦିର ଯାଇ ଫେରୁଥିବା ସମୟରେ ମହିଳାଙ୍କ ବେକରୁ ୩ ଭରିର ଲୁଟି ନେଇଛନ୍ତି ଦୁଇ ଲୁଟେରା । ଜୟପୁର ଟାଉନ ଥାନା ଅଞ୍ଚଳରେ ଘଟଣା ଘଟିଛି , ଦୁବୁର୍ତ୍ତମାନେ ବାଇକରେ ଆସି ଲୁଟ କରି ପଳାଉଥିବା ସମୟରେ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି  । ଜୟପୁର ସହରର ଗୋପବନ୍ଧୁ ନଗର ଅଞ୍ଚଳରେ ଲୁଟ ହୋଇଛି। ମହିଳା ଜଣଙ୍କ ସ୍ଥାନୀୟ ଶିବ ମନ୍ଦିରକୁ ଯାଇ ଦର୍ଶନ କରି ଫେରୁଥିବା ସମୟରେ ପୂର୍ବରୁ ଜଗି ବସିଥିବା ଦୃର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ପୁଲିସ ଅନ୍ୟ ଜଣେ ଲୁଟେରାକୁ ଧରିବାକୁ ତଦନ୍ତ ଚଳାଇଛି ।