ନାଁକୁ ପାଳିତ ହେଉଛି ମହିଳା ଦିବସ, ଏବେ ବି ଅଧିକାଂଶ କ୍ଷେତ୍ରରେ ଅବହେଳିତ ନାରୀ

ମହିଳାଙ୍କ ବିକାଶରେ, ସଶକ୍ତୀକରଣରେ ସବୁଠୁ ବଡ଼ ବାଧକ ସାଜିଛି ମହିଳା ବିରୋଧୀ ହିଂସା । ଘରେ, ବାହାରେ ସବୁଠି ମହିଳା ହିଂସା, ନିର୍ଯ୍ୟାତନାରେ ଶିକାର ହେଉଛି। ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଖବର ଖବରକାଗଜରେ ଶିରୋନାମା ପାଲଟୁଛି। ଏଇ କିଛି ଦିନ ତଳେ ବିଧାନସଭାରେ ମୋହନ ସରକାର ମହିଳା ବିରୋଧୀ ହିଂସାକୁ ନେଇ ଯେଉଁ ତଥ୍ୟ ରଖିଛନ୍ତି ତାହା ବେଶ ଚିନ୍ତାଜନକ ।  

sgdfgdsdsgsdf

କନକ ବ୍ୟୁରୋ : ବିଭିନ୍ନ ରାଜୈନିତ ଦଳ, ସଂଗଠନ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଛନ୍ତି, ମହିଳାଙ୍କ କଥା କୁହାଯାଉଛି। ମହିଳାଙ୍କ ସଫଳତାର କାହାଣୀ କୁହାହେଉଛି। ହେଲେ ଆଜି ବି ବିଭିନ୍ନ କ୍ଷେତ୍ରରେ ପଛୁଆ ଅଛନ୍ତି ମହିଳା। ରୋଷେଇ ଶାଳରୁ ବାହାରି, ମହିଳା ଏବେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ମହିଳାଙ୍କ ଉପସ୍ଥିତି ବଢିଛି। କିନ୍ତୁ ସଠିକ୍ ଅର୍ଥରେ ଜାତୀୟସ୍ତର ହେଉ କି ରାଜ୍ୟସ୍ତରରେ ପ୍ରକୃତ ମହିଳା ସଶକ୍ତୀକରଣଠୁ ଆମେ ଦୂରରେ ରହିଛୁ। ତାହା ନହୋଇଥିଲେ କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ଯୋଗାଇବାକୁ ବଡ଼ ଉପଲବ୍ଧି ଭାବେ ବଖାଣୁନଥାନ୍ତେ ରାଜ୍ୟ ସରକାର ।   

ମହିଳାଙ୍କ ବିକାଶରେ, ସଶକ୍ତୀକରଣରେ ସବୁଠୁ ବଡ଼ ବାଧକ ସାଜିଛି ମହିଳା ବିରୋଧୀ ହିଂସା । ଘରେ, ବାହାରେ ସବୁଠି ମହିଳା ହିଂସା, ନିର୍ଯ୍ୟାତନାରେ ଶିକାର ହେଉଛି। ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଖବର ଖବରକାଗଜରେ ଶିରୋନାମା ପାଲଟୁଛି। ଏଇ କିଛି ଦିନ ତଳେ ବିଧାନସଭାରେ ମୋହନ ସରକାର ମହିଳା ବିରୋଧୀ ହିଂସାକୁ ନେଇ ଯେଉଁ ତଥ୍ୟ ରଖିଛନ୍ତି ତାହା ବେଶ ଚିନ୍ତାଜନକ ।  
ଓଡ଼ିଶାରେ ମହିଳା ବିରୋଧୀ ହିଂସା 
୭ ମାସ ଭିତରେ ୧୮ହଜାର ୧ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ 
ସେଥି ମଧ୍ୟରୁ ୭୩୮ଟି ମାମଲାର ଚାର୍ଜସିଟ୍ ହୋଇଛି 
୧୭ହଜାରରୁ ଅଧିକ ମାମଲାର ତଦନ୍ତ ଆରମ୍ଭ ହୋଇନାହିଁ

ପୁରୁଷ ଭଳି ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱକୁ ବଢାଇବା ପାଇଁ ବିଜେଡି ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ସଂରକ୍ଷଣ ଘୋଷଣା କରିଥିଲା। ସେହିପରି ମଧ୍ୟ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । 

କେବଳ ଆନ୍ତର୍ଜାତିକ ମହିଳା ଦିବସ ପାଳନ କଲେ ମହିଳାଙ୍କ ବିକାଶ ହୋଇପାରିବ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ଓ ଯୋଜନା ଜରିଆରେ ମହିଳାଙ୍କୁ ସଶକ୍ତିକରଣ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe