କନକ ବ୍ୟୁରୋ : ଲୋୟର ପିଏମ୍ଜିରେ ମହିଳା କଂଗ୍ରେସର ଗର୍ଜନ , ନାରୀ ନେତ୍ରୀଙ୍କ ରଣହୁଙ୍କାର । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚାଲିଛି ବିଧାନସଭା ଘେରାଉ ଉଦ୍ୟମ । ବ୍ୟାରିକେଟ୍ ଭାଙ୍ଗି ରାସ୍ତାରେ ବସି ନାରାବାଜୀ ସହ ଚାଲିଛି ବିକ୍ଷୋଭ । ନୂଆ ସରକାରରେ ନାରୀଙ୍କୁ ମିଳୁନି ସୁରକ୍ଷା , ଗତ କିଛି ମାସରେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ବୃଦ୍ଧି ପାଇଛି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।
ମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର , ନାରୀ ନିର୍ଯାତନା ରାଜ୍ୟରେ ଭୟଙ୍କର ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହେବା ପ୍ରତିବାଦରେ ମହିଳା କଂଗ୍ରେସର ବିଧାନସଭା ଘେରାଓ ଉଦ୍ୟମ କରୁଛି । ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଏବଂ ମହିଳା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/24/49-2025-09-24-13-53-40.jpg)