କନକବ୍ୟୁରୋ: ସେନା କର୍ମଚାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ ଜଣ ରୋଡ୍ ରୋମିଓଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଭୁବନେଶ୍ବରର ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅଶ୍ଳିଳ ଇଙ୍ଗିତ କରିଥିଲେ । ଏଥିସହ ମାରପିଟ୍ ମଧ୍ୟ କରିଥିଲେ। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି। ଆଜି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସେପଟେ ତଦନ୍ତ ପାଇଁ ଭରତପୁର ଥାନାରେ ମହିଳା କମିଶନ। ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ । ମହିଳା କମିଶନ ଏନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛି । କିଭଳି, କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଥିଲା ତାହା ଉପରେ ତଦନ୍ତ ଆରମ୍ଭ କରିଛି ମହିଳା କମିଶନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/KTbkkLFbBKiBo7Os0o88.jpg)