ମାଟି କାମୁଡ଼ାଇଦେଲେ ମହିଳା ବ୍ରିଗେଡ୍, ପୁଅଙ୍କ ପରେ ବଦଲା ନେଲେ ଝିଅ

ଆଇସିସି ମହିଳା ବିଶ୍ୱକପ୍ ୨୦୨୫ର ଷଷ୍ଠ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନୀ ମହିଳା ଦଳ ମଧ୍ୟରେ ବୋଲିଂ ଆରମ୍ଭ ହେବା ମାତ୍ରେ ,  ଏକ ପ୍ରକାର ଉତ୍ତେଜନା ଦେଖାଦେଲା । ଭାରତ ଏବଂ ପାକିସ୍ତାନୀ ପୁରୁଷ ଦଳ ମଧ୍ୟରେ ଅନୁଷ୍ଠିତ ତିନୋଟି ଏସିଆ କପ୍ ମ୍ୟାଚ୍‌ରେ ମଧ୍ୟ ସମାନ ଉତ୍ତେଜନା ଦେଖାଯାଇଥିଲା। 

fwqd

Photograph: (social media)

କନକ ବ୍ୟୁରୋ: ସେହି ଜୋଶ୍, ସେହି ପ୍ରତିଶୋଧ ହେଲେ ଏଥର ପୁରୁଷ ନୁହେଁ ଭାରତୀୟ ମହିଳା ଦଳ ନେଲେ ବଦଲା । ପଡ଼ିଆ ଭିତରେ ଏବଂ ବାହାରେ... ଉତ୍ତେଜନା ମଧ୍ୟ କମ୍ ନଥିଲା। ସେପ୍ଟେମ୍ବର ୨୮ ପରେ ପୁଣି ଥରେ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ ପରସ୍ପରର ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏଥର, ଟାଇଟଲ୍ ଭିନ୍ନ ଥିଲା, ସ୍ଥାନ ଭିନ୍ନ ଥିଲା ଏବଂ ଖେଳାଳିମାନେ ମଧ୍ୟ ଭିନ୍ନ ଥିଲେ । ମହିଳା କ୍ରିକେଟ୍ ବିଶ୍ୱକପର ଏକ ହାଇଭୋଲ୍ଟେଜ ମୁକାବିଲାରେ, ଶ୍ରୀଲଙ୍କାର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନୀ ମହିଳା ଦଳ ମୁହାଁମୁହିଁ ହୋଇଥିଲେ । 

ଆଇସିସି ମହିଳା ବିଶ୍ୱକପ୍ ୨୦୨୫ର ଷଷ୍ଠ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନୀ ମହିଳା ଦଳ ମଧ୍ୟରେ ବୋଲିଂ ଆରମ୍ଭ ହେବା ମାତ୍ରେ ,  ଏକ ପ୍ରକାର ଉତ୍ତେଜନା ଦେଖାଦେଲା । ଭାରତ ଏବଂ ପାକିସ୍ତାନୀ ପୁରୁଷ ଦଳ ମଧ୍ୟରେ ଅନୁଷ୍ଠିତ ତିନୋଟି ଏସିଆ କପ୍ ମ୍ୟାଚ୍‌ରେ ମଧ୍ୟ ସମାନ ଉତ୍ତେଜନା ଦେଖାଯାଇଥିଲା। 

ମ୍ୟାଚ୍ ଟି ଉତ୍ତେଜନା ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିତା ସହିତ ଆରମ୍ଭ ହୋଇଥିଲା। ଯେତେବେଳେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଏବଂ ପାକିସ୍ତାନୀ ଅଧିନାୟିକା ଫାତିମା ସାନା ଟସ୍ ପାଇଁ ପହଞ୍ଚିଲେ, ସେମାନଙ୍କର ଆଖି ମିଶିଥିଲା କିନ୍ତୁ କୌଣସି ପରସ୍ପର ସହ ହାତ ମିଳାଇ ନଥିଲେ । ଉଭୟ ଅଧିନାୟକଙ୍କ ମୁହଁରେ ଏକାଠି ହେବାର ଉତ୍ତେଜନା ଏବଂ ଜୋସ୍ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । 

ଖେଳ ଭିତରେ ଉଭୟ ଦେଶର ଖେଳାଳି ପରସ୍ପରଙ୍କୁ ସ୍ଲେଜିଂ କରୁଥିବାର ଦେଖିବାକୁ ମିଳିଥିଲା । ଯାହାର କଡ଼ା ଜବାବ ଭାରତ ଦେଇଥିଲା । ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୪୭ ରନ୍ କରିଥିଲା । ଜବାବରେ ପାକିସ୍ତାନ ୪୩ ଓଭରରେ ମାତ୍ର ୧୫୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ତେବେ ମ୍ୟାଚ ପରେ ଭାରକତୀୟ ମହିଳା ଖେଳାଳି ପୁରୁଷ ଖେଳାଳିଙ୍କ ପରି ପାକିସ୍ତାନ ସହ ହାତ ମିଳାଇନଥିଲେ ।

 ଭାରତୀୟ ଦଳ ମହିଳା ଦିନିକିଆରେ ପାକିସ୍ତାନ ବିପକ୍ଷରେ ଲଗାତାର ୧୨ ତମ ବିଜୟ ହାସଲ କରିଛି । ଭାରତ ଏପର୍ୟ୍ୟନ୍ତ ପାକିସ୍ତାନ ବିପକ୍ଷରେ ଗୋଟିଏ ବି ଦିନିକିଆ ମ୍ୟାଚ୍ ହାରିନାହିଁ । ଚଳିତ ବିଶ୍ୱକପରେ ଏହା ଭାରତର ଲଗାତାର ଦ୍ୱିତୀୟ ବିଜୟ, ଏବଂ ସେମାନେ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ଡିଏଲଏସ ପଦ୍ଧତିରେ ଶ୍ରୀଲଙ୍କାକୁ ୫୯ ରନରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ଭାରତୀୟ ଦଳ ଏବେ ଅକ୍ଟୋବର ୯ ତାରିଖରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଭାରତ-ପାକିସ୍ତାନ ବିବାଦ ପରେ ଏସିଆ କପରେ ପ୍ରଥମଥର ପାଇଁ ଭାରତ ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନକୁ ଲିଗ୍, ସୁପର ୪ ଓ ଫାଇନାଲରେ ଲଗାତାର ମାତ୍ ଦେଇଥିଲା । ଆଉ ବିଶ୍ୱକପରେ ଆମ ଦେଶର ଝିଅମାନେ ମଧ୍ୟ ତାଙ୍କୁ ମାତ୍ ଦେଇ କଡ଼ା ଜବାବ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe