କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଦେକଣୀ ଗାଁର ମହିଳା ମାନେ ଏକାଠି ହୋଇ ଗଠନ କରିଛନ୍ତି ସାଇରାମ ପ୍ରଡ୍ୟୁସର ଗୃପ । ଏହି ଗୃପରେ ସମୁଦାୟ ୨୦ ଜଣ ସଦସ୍ୟ ଥିବା ବେଳେ ନିଜସ୍ବ ଉଦ୍ୟମରେ ରୋଜଗାର କରି ଆତ୍ମନିର୍ଭରଶିଳ ହୋଇଛନ୍ତି । ଯାହା ତାଙ୍କୁ ଦେଇଛି ଆଶନୁରୂପକ ସଫଳତା । ଗୃପର ସଦସ୍ୟା ମାନେ ଟଙ୍କା ଆଦାୟ କରି ମୁଢ଼ି ଭଜା ମେସିନ୍ ପକାଇ ମୁଡି, ଖଈ, ହୁଡୁମ ଭାଜି ବିକ୍ରି କରୁଛନ୍ତି । ଏହା ସହିତ ଆରିଶା ପିଠା, ସାତପୁରୀ, ନିମିକି ତିଆରି କରି ବଜାରକୁ ବିକ୍ରୟ ପାଇଁ ପଠାଉଛନ୍ତି । ଅନେକ ସମୟରେ ବ୍ୟବସାୟୀ ମାନେ ତାଙ୍କ ପାଖରେ ପହଁଚି ତିଆରି ହେଉଥିବା ସାମଗ୍ରୀ ସେମାନଙ୍କ ଠାରୁ କିଣିନେଇ ବାହାର ବଜାରରେ ବିକ୍ରି କରିଥାଆନ୍ତି ।
ଏଭଳି ଏକ ଉଦ୍ୟୋଗ ବସାଇବାପାଇଁ ନିଜ ନିଜ ଭିତରେ ଟଙ୍କା ଆଦାୟ କରି ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସାଇରାମ ପ୍ରଡ୍ୟୁସର ଗୃପର ସଦସ୍ୟା । ଡ୍ରମରୋଷ୍ଟର ମେସିନ ବସାଇ ମୁଡି ଭାଜୁଛନ୍ତି । ଗୃପର ସଦସ୍ୟା ମାନେ ନିମିକି, ଆରିଶା ପିଠା, ନଳି, ସାତପରି ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି । ତିଆରି ହେଉଥିବା ସାମଗ୍ରୀକୁ ପ୍ୟାକିଙ୍ଗ କରି ଏହାକୁ ବିକ୍ରୟ ପାଇଁ ପଠାଇଥାନ୍ତି । ସ୍ଥାନୀୟ ଅଂଚଳରେ ଲୋକମାନଙ୍କର ଅର୍ଡର ମୁତାବକ ସାମଗ୍ରୀ ତିଆରି କରି ଯୋଗାଉଛନ୍ତି । ୧ କେଜି ମୁଢ଼ିକୁ ୬୦ ଟଙ୍କା, ୧୨ଟି ଆରିଶା ପିଠା ରହିଥିବା ପ୍ୟାକେଟକୁ ୫୦ଟଙ୍କା, ୫ଟି ନିମିକି ରହିଥବା ପ୍ୟାକେଟକୁ ୨୦ଟଙ୍କା, ଶାତପୁରୀ ଗୋଟିକ ୧୦ ଟଙ୍କା , ବୁନ୍ଦି କେଜି ୧୪୦ ଓ ସେଓ ୧୪୦ ଟଙ୍କାରେ ବିକ୍ରି କରୁଛନ୍ତି । ସାଇରାମ ପ୍ରଡ୍ୟୁସର ଗୃପ ପକ୍ଷରୁ ତିଆରି ହୋଇଥିବା ଖାଦ୍ୟ ସାମଗ୍ରୀର ବଜାରରେ ବିଶେଷ ଚାହିଦା ରହିଥିବା ବେଳେ ପର୍ବପର୍ବାଣୀ ସମୟରେ ସାମଗ୍ରୀ ଗୁଡିକର ଚାହିଦା ଆହୁରି ବଢିଯାଇଥାଏ ।
ସାଇରାମ ପ୍ରଡ୍ୟୁସର ଗୃପର ମହିଳା ସଦସ୍ୟା ମାନେ ତିଆରି କରୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ବିକ୍ରୟ କରି ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି । ଆଉ ସ୍ଥାନିୟ ଅଂଚଳରେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ ।
ମୁଢ଼ି ଓ ଆରିସା ପିଠା ବି ଦେଉଛି ରୋଜଗାର । କେନ୍ଦ୍ରାପଡ଼ା ଦେକଣୀ ଗାଁ ମହିଳାଙ୍କ ନିଆରା ଉଦ୍ୟମ
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଦେକଣୀ ଗାଁର ମହିଳା ମାନେ ଏକାଠି ହୋଇ ଗଠନ କରିଛନ୍ତି ସାଇରାମ ପ୍ରଡ୍ୟୁସର ଗୃପ । ଏହି ଗୃପରେ ସମୁଦାୟ ୨୦ ଜଣ ସଦସ୍ୟ ଥିବା ବେଳେ ନିଜସ୍ବ ଉଦ୍ୟମରେ ରୋଜଗାର କରି ଆତ୍ମନିର୍ଭରଶିଳ ହୋଇଛନ୍ତି ।