ସହାୟତାର ହାତ ବଢ଼ାଇଛି ଓଡ଼ିଶା ଜୀବିକା ମିଶନ । ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର ।

Advertisment

ଝାରସୁଗୁଡ଼ା ଦଲକୀ ଗାଁ ମହିଳାଙ୍କ ଛତୁ ଚାଷ ।  ଦିନକୁ ଉତ୍ପାଦନ ହେଉଛି ୧୫ରୁ ୨୦ କିଲୋ ଛତୁ ।

ଝାରସୁଗୁଡ଼ା ଦଲକୀ ଗାଁ ମହିଳାଙ୍କ ଛତୁ ଚାଷ ।  ଦିନକୁ ଉତ୍ପାଦନ ହେଉଛି ୧୫ରୁ ୨୦ କିଲୋ ଛତୁ ।

mushroom

କନକ ବ୍ୟୁରୋ: ଛତୁ, ଏକ ଲାଭଦାୟକ ଚାଷ ହୋଇଥିବା ବେଳେ ଏହାକୁ ଆପଣାଇଛନ୍ତି ଝାରସୁଗୁଡ଼ା ଦଲକୀ ଗାଁର ମା ଗ୍ରାମ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଆଧୁନିକ ପ୍ରଣାଳୀରେ ଏମାନେ ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ୨୦୨୧ ମସିହାରେ ୧୨ ଜଣ ମହିଳା ମିଶି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ପରେ ଓଡିଶା ଜୀବିକା ମିଶନ ସାହାଯ୍ୟରେ ଛତୁ ଚାଷ କରିବା ପାଇଁ ତାଲିମ ନେଇଥିଲେ । ଏହି ଚାଷରୁ ଲାଭବାନ ହେବା ପରେ ଏହାକୁ ଆଗକୁ ବଢାଇବାକୁ ଉଦ୍ୟମ କରୁଛନ୍ତି ମହିଳା ମାନେ । ବର୍ତମାନ ଗୋଟିଏ ଦିନରେ ୧୫ ରୁ ୨୦ କିଲୋ ଛତୁ ଉତ୍ପାଦନ ହେଉଛି । ମାସକୁ ପାଖାପାଖି ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି ମହିଳା । 

ଓଡିଶା ଜୀବିକା ମିଶନ ସହାୟତାରେ ମହିଳାମାନେ ୨୦୨୧ ମସିହାରେ ଋଣ ଆଣି ଛତୁଚାଷ ଆରମ୍ଭ କରିଥିଲେ । ପ୍ରତିଦିନ ମହିଳାମାନେ ଘର କାମ ସାରି ୪ ରୁ ୫ ଘଣ୍ଟା ଏଠାରେ ପରିଶ୍ରମ କରିଥାନ୍ତି । ସକାଳୁ ଆସି ନଡା କାଟିବା ସହ ଛତୁ ବେଡ଼ ପକାନ୍ତି । ପରେ ସେହି ବେଡରେ ଛତୁ ମଞ୍ଜି ପକାଇ ତାକୁ ପଲିଥିନ ଘୋଡାଇ ରଖନ୍ତି । ଏହା ସହ ପ୍ରତ୍ୟେକ ଦିନ ଛତୁ ତୋଳି ପାଖଆଖ ବଜାର ସମେତ ସୁନ୍ଦରଗଡ, ସମ୍ବଲପୁର ବଜାରକୁ ପଠାଯାଉଛି।

ଛତୁ ଚାଷ କମ୍ ସମୟରେ କମ୍ ପଇସା ବିନିଯୋଗ କରି ଭଲ ଲାଭ ମିଳୁଥିବାରୁ ଏହି ଚାଷ କରିବା ପାଇଁ ମହିଳା ମାନେ ଆଗ୍ରହ ପ୍ରକାଶ କରୁଛନ୍ତି  । ଏହାଦ୍ବାରା ମହିଳାମାନେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe