ସୁନ୍ଦରଗଡ଼ରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ଧରୁଆଡିହିରେ ଦୁଇ ମଦ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲେ

ସୁନ୍ଦରଗଡ଼ରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଦୁଇ ମଦ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲେ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ବିରବିରାର ମହିଳାମାନେ ମଦ ବିରୁଦ୍ଧରେ ସ୍ବର ଉଠାଇବା ସ‌ହିତ ଆଇନକୁ ହାତକୁ ନେଇଛନ୍ତି ।

05

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଦୁଇ ମଦ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲେ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ବିରବିରାର ମହିଳାମାନେ ମଦ ବିରୁଦ୍ଧରେ ସ୍ବର ଉଠାଇବା ସ‌ହିତ ଆଇନକୁ ହାତକୁ ନେଇଛନ୍ତି । ଗତ ୧୦ ତାରିଖରେ ଅଞ୍ଚଳରେ ମଦ କାରବାର କରୁଥିବା ସମସ୍ତ ମଦ ବେପାରୀ ଓ ମଦ ପ୍ରସ୍ତୁତକାରୀଙ୍କୁ ଏଥୁରୁ ବିରତ ରହିବା ପାଇଁ ଚେତାବନୀ ଦେଇଥିଲେ ।

ତେବେ ମଦ ବେପାରୀଙ୍କୁ ଏହି କଥା କାଟୁ କରି ନଥିଲା । ଏହାପରେ ମହିଳାମାନେ ବିଳମ୍ୱିତ ରାତିରେ ବୁଲି ଗାଁରେ ମଦ ବିକ୍ରି କରୁଥିବା ଲୋକଙ୍କୁ କାବୁ କରିଥିଲେ । ଏହା ସହ ମଦ ବିକ୍ରି କରୁଥିବା ବେପାରୀମାନଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe