କନକ ବ୍ୟୁରୋ : ସୁନ୍ଦରଗଡ଼ରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଦୁଇ ମଦ ବେପାରୀଙ୍କୁ ଗୋଡାଇ ଗୋଡାଇ ଧରିଲେ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ବିରବିରାର ମହିଳାମାନେ ମଦ ବିରୁଦ୍ଧରେ ସ୍ବର ଉଠାଇବା ସହିତ ଆଇନକୁ ହାତକୁ ନେଇଛନ୍ତି । ଗତ ୧୦ ତାରିଖରେ ଅଞ୍ଚଳରେ ମଦ କାରବାର କରୁଥିବା ସମସ୍ତ ମଦ ବେପାରୀ ଓ ମଦ ପ୍ରସ୍ତୁତକାରୀଙ୍କୁ ଏଥୁରୁ ବିରତ ରହିବା ପାଇଁ ଚେତାବନୀ ଦେଇଥିଲେ ।
ତେବେ ମଦ ବେପାରୀଙ୍କୁ ଏହି କଥା କାଟୁ କରି ନଥିଲା । ଏହାପରେ ମହିଳାମାନେ ବିଳମ୍ୱିତ ରାତିରେ ବୁଲି ଗାଁରେ ମଦ ବିକ୍ରି କରୁଥିବା ଲୋକଙ୍କୁ କାବୁ କରିଥିଲେ । ଏହା ସହ ମଦ ବିକ୍ରି କରୁଥିବା ବେପାରୀମାନଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/14/05-2025-10-14-08-26-23.jpg)