କନକ ବ୍ୟୁରୋ; ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ସମାନ ଡାଏଟ୍ ଓ ବ୍ୟାୟାମ କରିବା ସତ୍ତ୍ୱେ ପୁରୁଷମାନେ ମହିଳାଙ୍କ ତୁଳନାରେ ଶୀଘ୍ର ଓଜନ କମାଇଥାନ୍ତି? ଏହା ଏକ ସାଧାରଣ ଘଟଣା ଏବଂ ଏହା ପଛରେ ପରିଶ୍ରମର ଅଭାବ ନୁହେଁ, ବରଂ ଶରୀରର ଗଠନ, ହରମୋନ୍ ଓ ଜୀବକ୍ରିୟାରେ ଥିବା ମୌଳିକ ପାର୍ଥକ୍ୟ ଦାୟୀ । ଆସନ୍ତୁ ଜାଣିବା ଏହି ୫ଟି ପ୍ରମୁଖ କାରଣ ବିଷୟରେ, ଯାହା ପୁରୁଷ ଓ ମହିଳାଙ୍କ ଓଜନ ହ୍ରାସ ପ୍ରକ୍ରିୟାକୁ ଭିନ୍ନ କରିଥାଏ ।
ମାଂସପେଶୀର ପରିମାଣ ଓ ମେଟାବୋଲିଜିମ୍
ପୁରୁଷମାନଙ୍କ ଓଜନ ଶୀଘ୍ର କମିବାର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କ ଶରୀରରେ ଥିବା ଅଧିକ ମାଂସପେଶୀ । ପ୍ରକୃତିଗତ ଭାବରେ ପୁରୁଷଙ୍କ ଶରୀରରେ ମାଂସପେଶୀର ପରିମାଣ ମହିଳାଙ୍କ ତୁଳନାରେ ଅଧିକ ଥାଏ । ମାଂସପେଶୀ, ଚର୍ବି ତୁଳନାରେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରେ । ଏପରିକି ବିଶ୍ରାମ ନେଉଥିବା ସମୟରେ ମଧ୍ୟ । ଏହାକୁ "ବେସାଲ୍ ମେଟାବୋଲିକ୍ ରେଟ୍" (ଈଗଜ) କୁହାଯାଏ । ଅଧିକ ମାଂସପେଶୀ ଯୋଗୁଁ ପୁରୁଷଙ୍କ ଈଗଜ ଅଧିକ ହୋଇଥାଏ । ତେଣୁ ସେମାନଙ୍କ ଶରୀର ସ୍ୱାଭାବିକ ଭାବେ ଅଧିକ କ୍ୟାଲୋରୀ ଜାଳିଥାଏ । ଯାହା ଓଜନ ହ୍ରାସରେ ସହାୟକ ହୁଏ ।
ହରମୋନ୍ର ଭୂମିକା
ହରମୋନ୍ ଓଜନ ହ୍ରାସ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପୁରୁଷଙ୍କ ଶରୀରରେ 'ଟେଷ୍ଟୋଷ୍ଟେରନ୍' ନାମକ ହରମୋନ୍ ଅଧିକ ଥାଏ, ଯାହା ମାଂସପେଶୀ ଗଠନ କରିବାରେ ଏବଂ ମେଟାବୋଲିଜିମ୍କୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ । ଅନ୍ୟପଟେ, ମହିଳାଙ୍କ ଶରୀରରେ 'ଇଷ୍ଟ୍ରୋଜେନ୍' ହରମୋନ୍ ଅଧିକ ଥାଏ, ଯାହା ଶରୀରରେ ଚର୍ବି ସଂରକ୍ଷିତ କରି ରଖିବାକୁ ପ୍ରୋତ୍ସାହିତ କରେ । ବିଶେଷ କରି ପ୍ରଜନନ ପାଇଁ ଜଙ୍ଘ, ନିତମ୍ବ ଓ ପେଟର ତଳ ଭାଗରେ । ଏହା ବ୍ୟତୀତ, ମହିଳାଙ୍କ ମାସିକ ଧର୍ମଚକ୍ର ସମୟରେ ହରମୋନ୍ର ପରିବର୍ତ୍ତନ ଯୋଗୁଁ ଖାଇବାର ଇଚ୍ଛା, ଶକ୍ତି ସ୍ତର ଏବଂ ଶରୀରରେ ଜଳୀୟଅଂଶ ବଢ଼ିଥାଏ, ଯାହା ଓଜନ ହ୍ରାସ ପ୍ରକ୍ରିୟାକୁ ପ୍ରଭାବିତ କରେ ।
ଚର୍ବି ଜମା ହେବାର ଶୈଳୀ
ପୁରୁଷ ଓ ମହିଳାଙ୍କ ଶରୀରରେ ଚର୍ବି ଜମା ହେବାର ସ୍ଥାନ ଭିନ୍ନ ଭିନ୍ନ । ପୁରୁଷଙ୍କ ଶରୀରରେ ଚର୍ବି ମୁଖ୍ୟତଃ ପେଟ ଚାରିପାଖେ ଜମା ହୋଇଥାଏ (ସେଓ ଆକୃତି ବା ଇକ୍ଟ୍ରକ୍ଟ୍ରକ୍ଷର ଝଷବକ୍ଟ୍ରର), ଯାହାକୁ 'ଭିସେରାଲ୍ ଫ୍ୟାଟ୍' କୁହାଯାଏ । ଏହି ପ୍ରକାର ଚର୍ବି ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହେଲେ ମଧ୍ୟ ମେଟାବୋଲିକାଲି ଅଧିକ ସକ୍ରିୟ । ଅର୍ଥାତ୍ ଏହା ଶୀଘ୍ର ଭାଙ୍ଗି ଶକ୍ତିରେ ପରିଣତ ହୋଇପାରେ । ଏହା ତୁଳନାରେ, ମହିଳାଙ୍କ ଶରୀରରେ ଚର୍ବି ଜଙ୍ଘ, ନିତମ୍ବ ଓ ପେଟର ତଳ ଭାଗରେ ଜମା ହୋଇଥାଏ । ଯାହାକୁ 'ସବକ୍ୟୁଟାନିଅସ୍ ଫ୍ୟାଟ୍' କୁହାଯାଏ । ଏହି ଚର୍ବି କମାଇବା ଅପେକ୍ଷାକୃତ କଷ୍ଟକର ।
ଶରୀରର ଆକାର ଓ ଗଠନ
ସାଧାରଣତଃ ପୁରୁଷମାନେ ମହିଳାଙ୍କ ତୁଳନାରେ ଉଚ୍ଚତା ଓ ଆକାରରେ ବଡ଼ ହୋଇଥାନ୍ତି । ଏକ ବଡ଼ ଶରୀରକୁ ପରିଚାଳନା କରିବା ପାଇଁ ଅଧିକ ଶକ୍ତି ବା କ୍ୟାଲୋରୀର ଆବଶ୍ୟକତା ପଡ଼େ । ତେଣୁ, ସମାନ କାମ କଲେ ମଧ୍ୟ ଜଣେ ପୁରୁଷ ଜଣେ ମହିଳାଙ୍କ ତୁଳନାରେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରନ୍ତି । ଯାହା ଓଜନ ହ୍ରାସରେ ସେମାନଙ୍କୁ ସାହାଯ୍ୟ କରେ ।
ମାନସିକ ଓ ଭାବନାତ୍ମକ କାରଣ
ଓଜନ ହ୍ରାସ କେବଳ ଶାରୀରିକ ନୁହେଁ, ଏକ ମାନସିକ ପ୍ରକ୍ରିୟା ମଧ୍ୟ । ଅନେକ ସମୟରେ ମହିଳାମାନେ ଭାବନାତ୍ମକ ଭୋଜନ (ଋଜ୍ଞକ୍ଟଗ୍ଧସକ୍ଟଦ୍ଭବକ୍ଷ ଋବଗ୍ଧସଦ୍ଭଶ) ର ଶିକାର ହୁଅନ୍ତି । ଯାହା ହରମୋନ୍ର ପରିବର୍ତ୍ତନ ସହ ଜଡ଼ିତ । ମାନସିକ ଚାପ, ଚିନ୍ତା ଏବଂ ଖାଦ୍ୟକୁ ନେଇ ସୃଷ୍ଟି ହେଉଥିବା ଇଚ୍ଛା ମହିଳାଙ୍କୁ ଅଧିକ ପ୍ରଭାବିତ କରିପାରେ । ଯାହା ଡାଏଟ୍ ଯୋଜନାକୁ ବାଧା ଦେଇଥାଏ ।
ଶେଷରେ କହିବାକୁ ଗଲେ, ପୁରୁଷମାନଙ୍କର ଓଜନ ହ୍ରାସ ଯାତ୍ରା ଆରମ୍ଭରୁ ଦ୍ରୁତ ହୋଇପାରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହା ସହଜ ବା ଉନ୍ନତ । ମହିଳାମାନେ ନିରାଶ ନ ହୋଇ ନିଜ ଶରୀରର ଆବଶ୍ୟକତାକୁ ବୁଝିବା ଉଚିତ୍ ।