ଦୁଃଖ ବୁଝୁଛି ବୈତରଣୀ ; କୈବର୍ତ୍ତ ମହିଳାଙ୍କୁ  ଯୋଗାଇ ଦେଇଛି ଜୀବିକା

Advertisment

ନଦୀ ବାଲିକୁ ଛାଡି ଗୋଡି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି କିଛି ମହିଳା । ଯାହାକି ଏହା ହିଁ ତାଙ୍କ  ସଂଘର୍ଷମୟ ଜୀବନର ଜୀବିକା ପାଲଟିଯାଇଛି ।ପେଟ ପାଟଣା ପାଇଁ ଟଙ୍କାର ଆବଶ୍ୟକତା ରହିଛି ।

ନଦୀ ବାଲିକୁ ଛାଡି ଗୋଡି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି କିଛି ମହିଳା । ଯାହାକି ଏହା ହିଁ ତାଙ୍କ  ସଂଘର୍ଷମୟ ଜୀବନର ଜୀବିକା ପାଲଟିଯାଇଛି ।ପେଟ ପାଟଣା ପାଇଁ ଟଙ୍କାର ଆବଶ୍ୟକତା ରହିଛି ।

Baitarani

Baitarani Photograph: (kanak news)

କନକ ବ୍ୟୁରୋ : ନଦୀ ବୁଝୁଛି ମହିଳା ଦୁଃଖ , କୌଳିକ ବୃତ୍ତି ବୁଡି ଯାଉଥିବା ବେଳେ କୈବର୍ତ୍ତ୍ୟ ମହିଳାଙ୍କ ହାତରେ ଟଙ୍କା ଭରୁଛି ବୈତରଣୀ । ନଦୀ ବାଲିକୁ ଛାଡି ଗୋଡି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି କିଛି ମହିଳା । ଯାହାକି ଏହା ହିଁ ତାଙ୍କ  ସଂଘର୍ଷମୟ ଜୀବନର ଜୀବିକା ପାଲଟିଯାଇଛି ।ପେଟ ପାଟଣା ପାଇଁ ଟଙ୍କାର ଆବଶ୍ୟକତା ରହିଛି । ସମାଜରେ ସମସ୍ତେ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର କରିଥାନ୍ତି । କିନ୍ତୁ ଯାଜପୁରର କିଛି ମହିଳାଙ୍କୁ ପାଣିରୁ ଗୋଡ଼ି ଛାଣିଲେ ମିଳେ ପଇସା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏମିତି ଏକ ଖବର ଦେଖିବାକୁ ମିଳିଛି ଯାଜପୁର ସଂଲଗ୍ନ ବୈତରଣୀ ନଦୀର ଦେବୀଗଡ଼ା ଘାଟରେ । ବର୍ତ୍ତମାନ ନଦୀରେ ପାଣି କମ୍‌ ଥିବାରୁ ମହିଳାମାନେ ଗୋଡି ଛାଡି ଜୀବିକା ନିର୍ବାହ କରୁଛନ୍ତି ।

ଦୈନିକ ୧୫ରୁ ୨୦ଜଣ ମହିଳା ଚଲା ଓ ପାଛିଆ ମାଧ୍ୟମରେ ବାଲି ସଂଗ୍ରହ କରନ୍ତି । ସକାଳ ୯ଟାରୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲେ । ସେହି ବାଲିକୁ ନଦୀ ପାଣିରେ ଛାଣିଛାଣି ସେଥିରୁ ଗୋଡ଼ି ବାହାର କରିଥାନ୍ତି । ଆଉ ଏହି ଗୋଡ଼ିକୁ କୁଣ୍ଡରେ ଭରି ନଦୀକୂଳରେ ଜମା କରନ୍ତି । ଏକ ଫୁଟକୁ ୪୦ରୁ ୫୦ ଟଙ୍କାରେ ବିକିଥାନ୍ତି । ପ୍ରତିବର୍ଷ ୫ମାସ ଗୋଡ଼ି ଛଣା କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ମହିଳାମାନେ । ମହିଳାମାନଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ଥଣ୍ଡା କି ଗରମ କିଛି ଫରକ ପଡୁନାହିଁ । ପେଟକୁ ଦୁଇ ମୁଠା ଦାନା ଓ ପରିବାରର ଭରଣ ପୋଷଣ ପାଇଁ ଦେବୀଗଡ଼ା ଘାଟରେ ଗୋଡ଼ି ଛାଣିଥାନ୍ତି । ଏହି କାମରେ ଘରର ପୁରୁଷମାନେ ମଧ୍ୟ ସାମାନ୍ୟ ସହଯୋଗ କରିଥାନ୍ତି ।

ଅଧିକ ପଢ଼ନ୍ତୁ---ରାଜ୍ୟରେ ଧାନକିଣାକୁ ନେଇ ବଢୁଛି ଦ୍ୱନ୍ଦ୍ୱ ; ମଣ୍ଡି ଖୋଲି ମଧ୍ୟ ଉଠୁନି ଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe