କନକ ବ୍ୟୁରୋ: ମହିଳାଙ୍କ ସାଧାରଣ ପ୍ରବୃତ୍ତି, ସବୁବେଳେ ସୁନ୍ଦର ଦେଖାଯିବାକୁ ସବୁବେଳେ ସେମାନଙ୍କ ମନରେ ଇଚ୍ଛା ଥାଏ । ଏଥିପାଇଁ  ସେମାନେ ବିଭିନ୍ନ ଉପାୟ ଗ୍ରହଣ କରନ୍ତି ଏପରିକି ବହୁ ଅର୍ଥ ବ୍ୟୟ କରିବା ମଧ୍ୟ ଦେଖାଯାଏ । କିନ୍ତୁ ଘରେ ବି ଆପଣ ନିତି ଦିନ ଏପରି କିଛି ସ୍କିନ କେୟାର ରୁଟିନ୍ ଆପଣାଇପାରିବେ ଯାହାଦ୍ବାରା ଜଣେ ଯୁବତୀ ନିଜ ସ୍କିନକୁ ଖୁବ୍ ସୁନ୍ଦର, ସତେଜ ରଖିପାରିବେ ।

Advertisment

କିଛି ବର୍ଷ ଧରି ଭାରତରେ ସ୍କିନ କେୟାର ପ୍ରତି ମହିଳାଙ୍କ ମଧ୍ୟରେ ଭିନ୍ନ ଏକ ଆଗ୍ରହ ଅଧିକ ରହିଥିବା ଲକ୍ଷ୍ୟ କରାଯାଉଛି । ମହିଳାମାନେ ଏବେ, ଟୋନିଙ୍ଗ, କ୍ଲିଞ୍ଜିଙ୍ଗ, ମଶ୍ଚରାଇଜିଙ୍ଗ, ସନସ୍କ୍ରିନ୍ ପରି ପ୍ରଣାଳୀ ଆପଣାଉଛନ୍ତି । ହେଲେ ଏପରି କିଛି ଷ୍ଟେପ୍ସକୁ ଆପଣାଇ ମହିଳା ନିଜ ତ୍ବଚାକୁ ଦୀର୍ଘ ଦିନ ସୁନ୍ଦର ରଖିପାରିବେ ।
୩୦ ବର୍ଷ ପରେ ଝିଅମାନଙ୍କ ଶରୀରରେ ହର୍ମୋନ୍ ଅସନ୍ତୁଳନ ଘଟିଥାଏ । ତେଣୁ ୩୦ ୨ରେ ମହିଳାଙ୍କ ମଶ୍ଚରାଇଜିଙ୍ଗ ଟେକ୍ନିକ୍ ଉପରେ ଧ୍ୟାନ ଦେବା ଉଚିତ । ଫଳରେ ତ୍ବଚାରେ ଜଳୀୟ ଅଂଶର ମାତ୍ରା ସନ୍ତୁଳିତ ରହି ତ୍ବଚାକୁ ସତେଜ ରଖେ ।
୩୦ ପରେ ଆପଣଙ୍କ ତ୍ବଚା ପାଇଁ ଏଭଳି ଏକ ମଶ୍ଚରାଇଜର ଚୟନ କରନ୍ତୁ ଯେଉଁଥିରେ ହାୟଲୁରାନିକ୍ ଏସିଡ୍, ଗ୍ଲିସେରିନ୍ , ଓ ୟୁରିଆ ଉପାଦନ ଥିବ । ଏହା ତ୍ବଚାକୁ ନମନୀୟ ରଖିବାରେ ବେଶ୍ ସହାୟକ ହୋଇଥାଏ ।

 ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏକ ଭଲ ସନସ୍କ୍ରିନ ଲୋସନ୍ ବାଛିବା । ୩୦ ଏସପିଏଫ୍ ବାଲା ବ୍ରାଣ୍ଡ ସ୍ପେକ୍ଟ୍ରମ୍ ସନସ୍କ୍ରିନର ବ୍ୟବହାର କରିବା ଉଚିତ ।ଏହା ବ୍ୟତୀତ ପିଏଫ୍ ପ୍ଲସ୍, ୪ ରେଟିଙ୍ଗ ବାଲା ବ୍ରାଣ୍ଡ ସ୍ପେକ୍ଟ୍ରମ୍ ସନସ୍କ୍ରିନ୍ ବ୍ୟବହାର କରିବା ଉଚିତ ଯାହା ତ୍ବଚାକୁ ସୂର୍ଯ୍ୟର ହାନିକାରକ ଅଲ୍ଟ୍ରାଭାୟୋଲେଟ୍  କିରଣଠାରୁ ତ୍ବଚାକୁ ରକ୍ଷା କରେ । 

ଏହାସହ ଏକ ଭଲ ନାଇଟ୍ କ୍ରିମ୍ ଚୟନ କରନ୍ତୁ । ଶୋଇବା ସମୟରେ ଶରରୀର କୋଷିକା ନିଜକୁ ନିଜେଚ ସନ୍ତୁଳିତ କରିବାକୁ ଚେଷ୍ଟା କରେ । ଏଥିପାଇଁ ରାତିରେ ଶୋଇବା ସମୟରେ ବ୍ୟବହାର କରିବାକୁ ଏକ ଭଲ ନାଇଟ୍ କ୍ରିମ ବ୍ୟବହାର କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।