କନକ ବ୍ୟୁରୋ : ସୁଭଦ୍ରାକୁ ନେଇ ସରକାର ଆଜି ହିତାଧିକାରୀଙ୍କ ପାଇଁ ବଡ ଆଶ୍ବସ୍ତି ଆଣିଦେଇଛନ୍ତି। ଭୁବନେଶ୍ବରରେ ଆଜି ସୁଭଦ୍ରା ସଚେତନତା ରଥର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ବାହାରେ ଥିବା ମହିଳା ବି ସୁଭଦ୍ରା ଯୋଜନାର ଲାଭ ପାଇବେ । 

Advertisment

ସୁଭଦ୍ରା ଯୋଜନାର ପଂଜିକରଣ  ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପଂଜୀକରଣ ପାଇଁ ଶେଷ ତାରିଖ ନାହିଁ । ସମସ୍ତ ହିତାଧିକାରୀ ପଂଜିକରଣ ଶେଷ ନ ହେବା ଯାଏଁ ପଂଜିକରଣ ବ୍ୟବସ୍ଥା ରହିବ ।

ସୁଭଦ୍ରା ଫର୍ମ ବଂଟନରେ କୌଣସି ଅନିୟମିତତା ହେଲେ କଡା କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସରକାର।  ଆଉ ଏହି ଅନିୟମିତତା ଅଭିଯୋଗରେ ଫସିଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେମୁ ଗାଁରେ ୨ ନମ୍ୱର ଅଙ୍ଗନୱାଡି କର୍ମୀ ଗିତା ସି । ସେ ସୁଭଦ୍ରା ଫର୍ମ ବଂଟନରେ ଅନିୟମତତା କରିଥବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା ।ଏହାପରେ ଗୀତାଙ୍କ ସେପଟମ୍ବର ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସଂପୃକ୍ତ ଅଙ୍ଗନୱାଡି କର୍ମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  

ଆସନ୍ତା ୧୬ ତାରିଖ ଯାଏଁ ରାଜ୍ୟ ସାରା ବୁଲିବ ସୁଭଦ୍ରା ସଚେତନତା ରଥ  ଆଉ ଲୋକଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରାଇବ ।