ବନ୍ଦର ବିରୋଧରେ ଗର୍ଜିଲେ ମହିଳା ; ଭିଟା ମାଟିରୁ ଇଞ୍ଚେ ନଦେବାକୁ ଜିଦିରେ ଅଟଳ

ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦରକୁ ଜୋରଦାର ବିରୋଧ । ତୃତୀୟ ଜନ ଶୁଣାଣିରେ ଗର୍ଜିଲେ ପ୍ରକଳ୍ପ ବିରୋଧୀ ମହିଳା । କହିଲେ, ଭିଟା ମାଟିରୁ ତଡ଼ି ଦେବା ପାଇଁ ଯୋଜନା କରୁଛନ୍ତି ସରକାର ।

ଅଦ୍ୟତନ ହୋଇଛି
ଅସ୍ତରଙ୍ଗ ;ପ୍ରୋଟେଷ୍ଟ

ଅସ୍ତରଙ୍ଗ ;ପ୍ରୋଟେଷ୍ଟ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ଠାରେ ନବଯୁଗ କମ୍ପାନୀର ପରିବେଶ ଭୀତିକ ବନ୍ଦର ପ୍ରତିଷ୍ଠାକୁ ଆଜି ବି ଜୋରଦାର ବିରୋଧ କରିଛନ୍ତି ପିରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ଓ ବନ୍ଦର କରିବାକୁ ଭିଟାମାଟିରୁ ଇଞ୍ଚେ ବି ଜାଗା ନଦେବାକୁ ଅଡିବସିଛନ୍ତି ମହିଳା।  ମହିଳାଙ୍କ ଏ ଗର୍ଜନ ଶୁଣି ହତବାକ୍ ହୋଇଯାଇଛନ୍ତି ଜନଶୁଣାଣି ଶିବିରରେ ଉପସ୍ଥିତ ଅଧିକାରୀ। 

ମାଆ ମାଟିକୁ ଭଲ ପାଉଥିବା ମଣିଷ ଭିଟା ମାଟି ଛାଡିବାକୁ ନାରାଜ । ତେଣୁ ପ୍ରସ୍ତାବିତ ପ୍ରକଳ୍ପ ବିରୋଧୀ ରାଲି କରିଛି ଭିଟାମାଟି ସୁରକ୍ଷା ମଞ୍ଚ । ଅସ୍ତରଙ୍ଗ ବ୍ଲକ ସୁନ୍ଦର ଠାରେ ତୃତୀୟ ଜନଶୁଣାଣି ଶିବିରରେ ପ୍ଲା-କାର୍ଡ ଧରି ନାରାବାଜି କରିଛନ୍ତି ମହିଳା । ନବଯୁଗ କମ୍ପାନୀ ଗୋ ବ୍ୟାକ୍‌, ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ, ବନ୍ଦର ଦରକାର ନାହିଁ, ଆମ ଜମିରେ ଆମ ଅଧିକାର। ଏମିତି ସ୍ଲୋ-ଗାନ ଦେଇ ଗର୍ଜିଛନ୍ତି ଅସ୍ତରଙ୍ଗ ବନ୍ଦରକୁ ବିରୋଧ କରୁଥିବା ଗ୍ରାମବାସୀ। 

ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା ପାଇଁ ୨୦୦୮ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିଲା ନବଯୁଗ କମ୍ପାନୀ । ୨୦୨୦ରୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁରୀ ଦେଇ ସାରିଛନ୍ତି । ୩୮୦୦ ଏକର ଜମିରେ ବନ୍ଦର ପାଇଁ ଖର୍ଚ୍ଚ ହେବ ୧୨ହଜାର କୋଟି । ଏଥିପାଇଁ ବାରମ୍ବାର ଜନଶୁଣାଣି ଶିବିର ହେଉଛି, କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ । ଅସ୍ତରଙ୍ଗର ଜୈବବିଭିଦାତା ନଷ୍ଟ ହେବା ଆଶଙ୍କା କରି ୧୮ ବର୍ଷ ହେଲା ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe