କନକ ବ୍ୟୁରୋ : ମଦ ଉଜାଡୁଛି ସଂସାର, ପରିବାରକୁ କରୁଛି ଛାରଖାର୍ । ମଥାରୁ ଲିଭୁଛି ସିନ୍ଦୁର, ଭାଙ୍ଗିଯାଉଛି ହାତର ଶଙ୍ଖା । ପିଲାଠୁ ବୁଢା ସମସ୍ତେ ମଦ୍ୟପାନରେ ବ୍ୟସ୍ତ । ଅକାଳରେ ଝଡି ପଡୁଥିବା ଉଜୁଡା ସଂସାରକୁ ସଜାଡ଼ିବା ପାଇଁ ଗାଁ ମହିଳା ଭିଡିଲେ ଅଣ୍ଟା । ଗାଁକୁ ମଦମୁକ୍ତ କରିବା ପାଇଁ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ । ନବରଙ୍ଗପୁର ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି ।

Advertisment

ଅଧିକ ପଢନ୍ତୁ : ୧୦ ଭାରତୀୟଙ୍କ ମଧ୍ୟରୁ ୪ ଜଣ ଫ୍ୟାଟି ଲିଭରରେ ପୀଡ଼ିତ, ମଦ୍ୟପାନ କରୁନଥିବା ଲୋକ ବି ହେଉଛନ୍ତି ଶିକାର

ଏହି ଗାଁ ସମେତ ଆଖପାଖ ଅଞ୍ଚଳରେ ବେଆଇନ ମଦ ବିକ୍ରି ଦିନକୁ ଦିନ ବଢି ଚାଲିଛି । ମଦ୍ୟପାନ କରି ଅସାମାଜିକ ବ୍ୟକ୍ତି ମାନେ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ପୁରୁଷମାନେ ଘରେ ଘରେ ଝଗଡା କରି ଅଶାନ୍ତି କରୁଛନ୍ତି । ତେଣୁ ମଦ ବନ୍ଦ କରିବା ଦାବି ନେଇ କଂଗ୍ରା ପଞ୍ଚାୟତର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ଅଞ୍ଚଳରେ ମଦ ବନ୍ଦ ନକଲେ ଆଗାମୀ ଦିନରେ ରାଜରାସ୍ତାକୂ ଓହ୍ଲାଇ  ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।