କନକ ବ୍ୟୁରୋ : ଆଜି କଟକ ବାଲିଯାତ୍ରା ତଳ ପଡିଆରେ ନାରୀଶକ୍ତି ସମାବେଶ ଏବଂ ବିକାଶ ମେଳାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ । ସକାଳ ୯ ଘଟିକା ସମୟରେ ଡ଼ିସିପି ଗଡା ସମ୍ମୁଖ ବାଲିଯାତ୍ରା ତଳ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୧୦ ଘଟିକା ସମୟରେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବିକଶିତ ଜିଲ୍ଲା ବିକଶିତ ଓଡିଶା କର୍ମଶାଳା ଅନୁଷ୍ଠିତ ହେବ ।
ଏହା ପରେ ପୂର୍ବାହ୍ନ ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନାରୀଶକ୍ତି ସମାବେଶ ଏବଂ ବିକାଶ ମେଳା ଉଦ୍ଘାଟିତ ହେବ ।