କନକ ବ୍ୟୁରୋ: ମଦ ବିରୋଧରେ ତାତିଲେ ମହିଳା । ଭାଙ୍ଗିଲେ ଚୋରା ମଦ ଦୋକାନ । ବାଲେଶ୍ବର ରାଇବଣିଆ ଥାନା ଖୁଦିଆ ମାଝି ସାହି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଙ୍ଗିଛନ୍ତି ୧୫ରୁ ଅଧିକ ଚୋରା ମଦ ଦୋକାନ । ଏଥିସହ ଦେଶୀ ମଦ ତିଆରି କାରଖାନାରେ ପଶି ନଷ୍ଟ କରିଛନ୍ତି ମଦ ତିଆରି ସାମଗ୍ରୀ । ଏହି ପଞ୍ଚାୟତର ଚନ୍ଦନପୁର, ଆଡିଆ ସାହି, ଗଡସାହି ଆଦି ଗାଁର ଘରେ ଘରେ ମଦ ବିକ୍ରି ହେଉଛି । ଏହି ମଦ ପିଇ ଗାଁର ଯୁବଗୋଷ୍ଠୀ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ବାରମ୍ବାର ରାଇବଣିଆ ଥାନା, ଜଳେଶ୍ଵର ଥାନା, ବାଲେଶ୍ବର ଏସପି ଏବଂ ଅବକାରୀ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଶେଷରେ ମହିଳା ଗୋଷ୍ଠୀ ବାଧ୍ୟ ହୋଇ ଆଗକୁ ଆସିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭିନ୍ନ ଭିନ୍ନ ଟିମ୍ ଗଠନ କରି ଗାଁର ଚୋରା ମଦ ଦୋକାନ ଗୁଡିକ ଉପରେ ଚଢ଼ାଉ କରିଥିଲେ ।
ବାଲେଶ୍ୱରରେ ମଦ ବିରୋଧରେ ତାତିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା: ଭାଙ୍ଗିଲେ ୧୫ରୁ ଅଧିକ ଚୋରା ଦେଶୀ ମଦ ଦୋକାନ
ମଦ ବିରୋଧରେ ତାତିଲେ ମହିଳା । ଭାଙ୍ଗିଲେ ଚୋରା ମଦ ଦୋକାନ । ବାଲେଶ୍ବର ରାଇବଣିଆ ଥାନା ଖୁଦିଆ ମାଝି ସାହି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଙ୍ଗିଛନ୍ତି ୧୫ରୁ ଅଧିକ ଚୋରା ମଦ ଦୋକାନ ।
/kanak/media/media_files/2025/04/03/OiavAzUAFvULY2DQG9gs.jpg)