କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ସୁଭଦ୍ରା ଯୋଜନା ପାଇଁ ଲୋକେ ହନ୍ତସନ୍ତ। ଦିନରାତି ଏକ କରି ମହିଳାମାନେ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି । ହେଲେ ସର୍ଭର ସମସ୍ୟା ଯୋଗୁଁ ଆବେଦନ କରିବା ସମ୍ଭବ ହେଉ ନାହିଁ । ଫଳରେ ଅନେକ ଗ୍ରାମରେ ଲୋକେ ଦିନ ସାରା ଜଗି ଜଗି ନିରାଶ ହୋଇ ଫେରିବା ପରେ ଏବେ ରାତିରେ ବି ଉଜାଗର ରହି ଜନ ସେବା କେନ୍ଦ୍ର ଆଗରେ ଅପେକ୍ଷା କରିରହିଛନ୍ତି।
କାଳେ ସର୍ଭର ସମସ୍ୟା ଦୂର ହେବ ଆଉ ପଞ୍ଜିକରଣ ସମ୍ଭବ ହେବ । ହେଲେ ଗତକାଲି ପରି ଆଜି ବି ମହିଳା ମାନେ ରାତି ସାରା ଜଗି ରହିଛନ୍ତି ଜନ ସେବା ସମୂଖ। ସବୁ ଠାରୁ ବଡ଼ ଘଟଣା ହେଲା ସରକାର ଙ୍କ ଏହି ଜନ ହିତକାରୀ ଯୋଜନା ଏବେ ଲୋକଙ୍କ ପଞ୍ଜିକରଣ ରେ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଥିବା ବେକେ ସର୍ଭର ସମସ୍ୟା ଦୁରକରିବା ପାଇଁ ସାଧାରଣ ରେ ଦାବି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/BQroPMCQZvqHQB8qdhFI.jpg)