କନକ ବ୍ୟୁରୋ: ଶେଷରେ ବନ୍ଧାହେଲେ ସସ୍ମିତା ମାଝୀ। ଚାକିରି ଦେବା ଆଳରେ ମାଲକାନଗିରିରେ ଠକେଇ କରିଥିବା ଏହି ମହିଳାଙ୍କୁ ଜଗତସିଂହପୁରରୁ ଗିରଫ କରାଯାଇଛି। ଆଉ ଏଥିପାଇଁ ନିକଟରେ ବିଜେଡି ବହିଷ୍କାର ବି ହୋଇଥିଲେ। ଏବେ ଶେଷରେ ସେ ପୋଲିସ ହାତରେ ଧରା ପଡ଼ିଛନ୍ତି ।
 

  • ସସ୍ମିତାଙ୍କର ଲୁଚକାଳି ଖେଳ ଶେଷ
  • ଜେଲ୍ ଯିବେ ଜିଲ୍ଲା ପରିଷଦ ସଭ୍ୟା
  • ଜଗତସିଂହପୁରରୁ ଗିରଫ କଲା ମାଲକାନଗିରି ପୋଲିସ

ଖବର ବାଜିଲା, ପୋଲିସ ଆକ୍ସନ ନେଲା। ପ୍ରଥମେ ଠକେଇ ଅଭିଯୋଗ, ପରେ ବିଜେଡିରୁ ବହିଷ୍କାର ଆଉ ଆଜି ବାନ୍ଧିଲା ପୋଲିସ। ଚାକିରି ଦେବା ନାଁରେ ଠକେଇ ଅଭିଯୋଗର ମାଷ୍ଟରମାଇଣ୍ଡ ମାଥିଲି-୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ୫ ଦିନର ଲୁଚକାଳି ଖେଳ ପରେ ଜଗତସିଂହପୁରରୁ ଧରାପଡିଛନ୍ତି। ମାଲକାନଗିରିରେ ପହଞ୍ଚିବା ପରେ ସସ୍ମିତାଙ୍କା ଡାକ୍ତରୀ ମାଇନା କରିଛି ପୋଲିସ।

 

  • ଚାକିରି ନାଁରେ କୋଟି କୋଟି ଟଙ୍କା ଚଳୁ
  • ମାଲକାନିଗିରରୁ କେନ୍ଦ୍ରାପଡା ଲମ୍ବିଥିଲା ଚେର

ଚାକିରି ଦେବା ନାଁରେ ନକଲି ଓଏଏସ ଅଧିକାରୀ ସାଜି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ  ଓ  ସସ୍ମିତା ମାଲକାନଗିରିର ନୀରିହ ପିଲାଙ୍କୁ ମନଭରି ଲୁଟ୍ କରିଥିଲେ। ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ ରମେଶ ଠକେଇର ପୂରା ପ୍ଲଟ ରଚିଥିଲେ।  ଫୋନ୍ ପେ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ସସ୍ମିତାଙ୍କ ଆକାଉଣ୍ଟକୁ ଆସୁଥିଲା। ଏ ମହାଠକେଇ ବାବଦରେ ଜଣାପଡିବା ପରେ ପ୍ରଥମେ ପୋଲିସ ପଞ୍ଝାରେ ପଡିଥିଲା ମହାଠକ ରମେଶ। କିନ୍ତୁ ଖସିଯାଇଥିଲେ ସସ୍ମିତା। 

ନିରୀହ ଆଦିବାସୀ ପିଲାଙ୍କୁ ପିଇଓ, ଯୋଗାଣ ଅଧିକାରୀ, ପୁଲିସ ଚାକିରି କରାଇବା ନାଁରେ ମୁଣ୍ଡ ପିଛା ୫ ରୁ ୧୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମାଥିଲି ଜୋନ-୩ ର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଜୀବନ ସାହୁ । ଇ- ସ୍କୁଟି ଯୋଗାଣ ଟେଣ୍ଡର ପାସ କରାଇ ଦେବାକୁ ମାଥିଲି ରୁ ଜଣେ ବ୍ୟବସାୟୀଙ୍କ ଠାରୁ ୨୬ ଲକ୍ଷ ୨୦ହଜାର ଟଙ୍କା ନେଇଥିବା ଅଭିଯୋଗ ରହିଛି ।