ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା,  ୩ ଅଭିଯୁକ୍ତ ମାନଙ୍କୁ ମାରାଥନ ଜେରା

ଭୋ ଭୋ ହୋଇ କାନ୍ଦିଲା ସଇତାନ ସ୍ବାମୀ ଦୀପକ, ବୁଧବାର ଅଭିଯୁକ୍ତଙ୍କୁ ନେଇ କେନ୍ଦୁଝରରେ କରାଯାଇଥିଲା ସିନ୍ ରିକ୍ରିଏସନ୍

ହତ୍ୟା କରି କାନ୍ଦୁଛି ସୈତାନ ସ୍ବାମୀ

ହତ୍ୟା କରି କାନ୍ଦୁଛି ସୈତାନ ସ୍ବାମୀ Photograph: (KanakNews)

କନକ ବ୍ୟୁରୋ: ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣା । ହତ୍ୟା ପଛର ଖିଅ କାଢ଼ିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୁଲିସ୍ । ବୁଧବାର ରାତିରେ କେନ୍ଦୁଝରରେ ସିନ ରିଏକ୍ରସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି । ସ୍ପେଶାଲ ସ୍କାର୍ଡ ଓ କ୍ୟାପିଟାଲ ଥାନା ପୁଲିସ ୩ ଜଣକୁ ଅଲଗା ଅଲଗା ରୁମରେ ଜେରା କରିବା ପରେ ସାମ୍ନାସାମ୍ନି ଜେରା କରିଛି । ପ୍ରଥମେ ଦୀପକ ଓ ପରେ ପପୁ ଓ ଜଟିଆଙ୍କ ବୟାନ ରେକର୍ଡ କରାଯାଇଥିଲା I ପରେ ସମସ୍ତଙ୍କୁ ଏକାଠି ବସାଇ ଜେରା କରାଯାଇଛି । 

ଜେରା ସମୟରେ ମୁଖ୍ୟ ଅଭିଯୁକ୍ତ ଦୀପକ ଭୋ ଭୋ ହୋଇ କାନ୍ଦିଥିବା ଜଣାପଡ଼ିଛି । ହତ୍ୟା ଅଭିଯୁକ୍ତ ଦୀପକ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିଛି । ଗତ ୬ ତାରିଖ ସନ୍ଧ୍ୟାରେ ଭିଭିଆଇପି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା ବେଳେ କମିସନରେଟ୍‌ ପୁଲିସ ଏହାର ସାମାନ୍ୟତମ ଟେର୍‌ ସୁଦ୍ଧା ପାଇ ନଥିଲା। ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଘର ସମ୍ମୁଖରେ ଜଣେ ମହିଳା ପୁଲିସଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଶୁଭମିତ୍ରାଙ୍କ ନିଖୋଜର ୧୦ ଦିନ ପରେ କମିସନରେଟ୍‌ ପୁଲିସ ଦୀପକକୁ ଆଜି ଘଟଣାସ୍ଥଳକୁ ଗଳିତ ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe