ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ମହିଳା କମାଣ୍ଡୋ । ସୁରକ୍ଷାରେ ମହିଳା ଏସପିଜି କମାଣ୍ଡୋକୁ ନେଇ ବଢ଼ିଲା ଚର୍ଚ୍ଚା

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ ।

Woman Camando

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି, ଏହି ଫଟୋଟି ସଂସଦ ଭିତରର ଚିତ୍ର । ଏସପିଜିର ମହିଳା କମାଣ୍ଡୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।

ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ
- ମହିଳା ଅତିଥିଙ୍କ ସୁରକ୍ଷା ପାଇଁ ସଂସଦର ଗେଟରେ ନିୟୋଜିତ ହୋଇଥାନ୍ତି ମହିଳା କମାଣ୍ଡୋ
- ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳା ଅତିଥିଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିଥାଏ 
- ୨୦୧୫ ପରଠାରୁ ମହିଳା କମଣ୍ଡୋଙ୍କୁ ନିୟୋଜିତ କରାଯାଇଛି 
- ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ମହିଳା କମାଣ୍ଡୋକୁ ପଠାଯାଇଥାଏ
- ବିଦେଶରେ ମଧ୍ୟ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି
- ଏସପିଜିରେ ୧୦୦ ପାଖାପାଖି ମହିଳା କମାଣ୍ଡୋ ରହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe