କନକ ବ୍ୟୁରୋ: ‘ସୁଭଦ୍ରା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଯୋଜନାରୁ ଅପ୍ଟ  ହୋଇଥିବା ବା ବାଦ ପଡିଥିବା ମହିଳାଙ୍କ ପାଇଁ  ପୁଣି ପାଇପାରିବେ ସୁବିଧା । ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ଅପ୍ଟ ଇନ  ବ୍ୟବସ୍ଥା ରହିବ ।  ମହିଳା ଅପ୍ଟ ଇନ  କରିବାକୁ ଚାହୁଁଥିଲେ କରିପାରିବେ । ପୋର୍ଟାଲରେ ଲଗ୍‌ ଇନ୍ କରି ଅପ୍ଟ ଇନ  କରିପାରିବେ । ସୋସିଆଲ ମିଡିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି । 

Advertisment

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ୧କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ୭୩୫ ମହିଳା ଡିସେମ୍ବର ୩ ସୁଦ୍ଧା ଓହରି ଯାଇଛନ୍ତି । ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଖାତାକୁ ଆସିବ । ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ । କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ ।  ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଏହା ମଧ୍ୟରୁ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଟଙ୍କା ପାଇସାରିଛନ୍ତି । ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।