କନକ ବ୍ୟୁରୋ: ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ୟ୍ୟ ଜାରି। ଯାଜପୁର ସଦର ବରୁଆଁ ନିକଟ ପୋଲ ଉପରୁ ମହିଳା ଜଣକ ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି । ପୋଲ ଉପରେ ସ୍କୁଟି, ଜୋତା, ମୋବାଇଲ ଫୋନ ରଖି ମହିଳା ଜଣକ ନଦୀକୁ ଡେଇଁ ପଡିଛନ୍ତି । ମହିଳା ଜଣକଙ୍କ ମଧୁବନ କୃଷ୍ଣପଡ଼ା ଆଦମପୁର ଅଞ୍ଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ମନ୍ଦାକିନୀ କାହିଁକି ଓ କେଉଁ ପରିସ୍ଥିତିରେ ମନ୍ଦାକିନୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି ।
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍କୁଟି ରଖି ଡେଇଁ ପଡ଼ିଥିବା ଅନୁମାନ ।
ଖରସ୍ରୋତା ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଲ ଉପରେ ସ୍କୁଟି, ମୋବାଇଲ ରଖି ଡେଇଁ ପଡ଼ିଥିବା ଅନୁମାନ ।
/kanak/media/media_files/ph7FzwEF4aYvDfC0ZTdU.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)