ସମୟ ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି ମହିଳା, ଛେଳି ପାଳନ କରି କୋରାପୁଟ ବଡ଼ାଗୁଡ଼ା ଗାଁ ମହିଳା କରୁଛନ୍ତି ରୋଜଗାର

ମହିଳା ମାନେ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହାୟତାରେ ୨ ଲକ୍ଷ ୩୦ ହଜାର ଟଙ୍କା ନେଇ ଏହି ଚାଷ ଆରମ୍ଭ କରିଥିଲେ । ପ୍ରଥମେ ଏକ ଗୁହାଳ ଘର ନିର୍ମାଣ କରି ୩୦ଟି ମାଇ ଓ ୨ଟି ଅଣ୍ଡିରା ଛେଳି କିଣିଥିଲେ । ଗ୍ରୁପର ସମସ୍ତ ସଦସ୍ୟ ମିଶି ଛେଳିଙ୍କର ଯତ୍ନ ନେବା ସହ ଜଙ୍ଗଲକୁ ଚରାଇବାକୁ ନେଉଛନ୍ତି । ବର୍ଷକ ଭିତରେ ଛେଳି ସଂଖ୍ୟା ଦୁଇଗୁଣ ହୋଇଛି । ବଜାରରେ ଛେଳି ମାଂସ କିଲୋ ୭ଶହରୁ ୮ ଶହ ଟଙ୍କା ଥିବା ବେଳେ ଓଜନ ଅନୁସାରେ ଗୋଟିଏ ଗୋଟିଏ ଛେଳି ୮ରୁ ୯ ହଜାର ଟଙ୍କାରେ ବିକ୍ରି ହେଉଛି । ଲାଭ ଟଙ୍କା କିଛି ସଂଚୟ କରୁଥିବା ବେଳେ ଆଉ କିଛି ନିଜ ନିଜ ଭିତରେ ବାଣ୍ଟି ନେଉଛନ୍ତି । 

3

କନକ ବ୍ୟୁରୋ :  ଗାଁର ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଅନେକ ବ୍ୟବସାୟ ହାତକୁ ନେଉଛନ୍ତି । କିଏ ଧୁପକାଠି ପ୍ରସ୍ତୁତ କରୁଛନ୍ତି ତ ପୁଣି କିଏ ଟେଲରିଂ କରୁଛନ୍ତି । ଆଉ କିଛି ମହିଳା ମଧ୍ୟ ଫୁଲ ଓ ପରିବା ଚାଷ, ଗୋପାଳନ, କୁକୁଡ଼ା ଚାଷ କରି ଲାଭବାନ ହେଉଛନ୍ତି । ତେବେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବଡାଗୁଡା ଗାଁର ୧୦ ମହିଳା ଏକାଠି ହୋଇ ମାନେ ଛେଳି ଚାଷ କରୁଛନ୍ତି । ପ୍ରଥମେ ମା’ ବୀରଖମ୍ବ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି କିଛି କିଛି ସଂଚୟ କରୁଥିଲେ । ପରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହାୟତା ନେଇ ଛେଳି ଚାଷ କରୁଛନ୍ତି । 

ମହିଳା ମାନେ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହାୟତାରେ ୨ ଲକ୍ଷ ୩୦ ହଜାର ଟଙ୍କା ନେଇ ଏହି ଚାଷ ଆରମ୍ଭ କରିଥିଲେ । ପ୍ରଥମେ ଏକ ଗୁହାଳ ଘର ନିର୍ମାଣ କରି ୩୦ଟି ମାଇ ଓ ୨ଟି ଅଣ୍ଡିରା ଛେଳି କିଣିଥିଲେ । ଗ୍ରୁପର ସମସ୍ତ ସଦସ୍ୟ ମିଶି ଛେଳିଙ୍କର ଯତ୍ନ ନେବା ସହ ଜଙ୍ଗଲକୁ ଚରାଇବାକୁ ନେଉଛନ୍ତି । ବର୍ଷକ ଭିତରେ ଛେଳି ସଂଖ୍ୟା ଦୁଇଗୁଣ ହୋଇଛି । ବଜାରରେ ଛେଳି ମାଂସ କିଲୋ ୭ଶହରୁ ୮ ଶହ ଟଙ୍କା ଥିବା ବେଳେ ଓଜନ ଅନୁସାରେ ଗୋଟିଏ ଗୋଟିଏ ଛେଳି ୮ରୁ ୯ ହଜାର ଟଙ୍କାରେ ବିକ୍ରି ହେଉଛି । ଲାଭ ଟଙ୍କା କିଛି ସଂଚୟ କରୁଥିବା ବେଳେ ଆଉ କିଛି ନିଜ ନିଜ ଭିତରେ ବାଣ୍ଟି ନେଉଛନ୍ତି । 

ତେବେ କୁହାଯାଏ ଇଛା ଥିଲେ ଉପାୟ ଆପେଆପେ ଆସିଥାଏ । ରୋଜଗାରର ବାଟ ମିଳିଥାଏ । ଯାହା ଏହି ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe