କନକ ବ୍ୟୁରୋ: ରାଜଧାନୀର କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ଅଂଚଳ ନାରୀଙ୍କ ପାଇଁ ନୁହେଁ ସୁରକ୍ଷିତ । ହାଇ ସିକ୍ୟୁରିଟି ଜୋନ୍ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାଟର ସମ୍ମୁଖରେ ଯୁବତୀଙ୍କୁ ଅସଦାଚରଣ । ଯୁବତୀ ଜଣଙ୍କ ପାଟି କରିବାରୁ ଗାଡ଼ିରେ ଆସୁଥିବା ଲୋକଙ୍କ ଦ୍ଵାରା ଉଦ୍ଧାର ।
ଫରେଷ୍ଟ ପାର୍କରୁ ରାତି ସାଢେ଼ ୮ଟା ବେଳେ ବାହାରି ଏଜି ଛକକୁ ଚାଲି ଚାଲି ଯାଉଥିବା ବେଳେ ଜଣେ ମୋବାଇଲ ଛଡାଇ ନେଇ ଟଣାଓଟରା କରୁଥିଲା । ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତା ଠାରୁ ଉଦ୍ଧାର କରି ଥିଲେ। ନିଶାଖୋର ଅବସ୍ଥାରେ ଜଣେ ଯୁବକକୁ ଆୟତ୍ତ କଲେ ଲୋକ। ଘଟଣାସ୍ଥଳରେ କମିଶନରେଟ ପୁଲିସ ପହଞ୍ଚି ଉଭୟ ମଦ୍ୟପ ଯୁବକ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାରେ ପଚରାଉଚରା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/23/women-2025-07-23-08-09-47.jpg)