ନାରୀ... ଏକ ଶକ୍ତି, ସମ୍ମାନ, ସହନଶୀଳ...। ତାର ଅନେକ ରୂପ... ଭାରତୀୟ  ସଂସ୍କୃତିରେ ତାକୁ ଦେବୀର ଆଖ୍ୟା ଦିଆଯାଇଛି । କେବେ ସେ ପଣତ ଘୋଡ଼ାଇ ତା ସନ୍ତାନ ଉପରେ ବାତ୍ସଲ୍ୟ ମମତାର ସ୍ନେହ ଢାଳିଦିଏ ତ କେବେ ଶକ୍ତି ସ୍ୱରୁପିଣୀ ସାଜି ସୁରକ୍ଷା ଦିଏ । 

Advertisment

ନାରୀ ସଶକ୍ତ... ନାରୀ ସର୍ବଶକ୍ତିମୟୀ । ସେ ଚାହିଁଲେ ଇତିହାସ ତିଆରି କରିପାରେ, ଇତିହାସ ବଦଳାଇ ଦେଇ ପାରେ । ସେ ନିଜର ପରାକ୍ରମର ପରକାଷ୍ଠାରେ ଏ ସମାଜ ପାଇଁ ଅନେକ କିଛି କରିଯାଏ ଯେଉଁଥିପାଇଁ ତାଙ୍କୁ ବାଃ ବାଃ ମଧ୍ୟ ମିଳେ । ଇତିହାସର ପୃଷ୍ଠା ଓଲଟାଇଲେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିବ । ରୋଷେଇ ଶାଳଠୁ ନେଇ ଆକାଶରେ ଉଡାଣ ଭରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ମହିଳାମାନେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି । ସେହିଭଳି ଅନେକ ମହିଳାଙ୍କ ନାଁ ଭାରତୀୟ ପ୍ରତିରକ୍ଷା ବାହିନୀରେ ଯୋଡି ହୋଇ ରହିଛି । ତେବେ ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ଏମିତି କିଛି ମହିଳାଙ୍କ କଥା,ଯିଏ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି ଆଉ ଏ ମାଟି ଆଜି ବି ତାଙ୍କୁ ନେଇ ଗର୍ବ ଅନୁଭବ କରେ ।  

punit arora

ଦେଶର ପ୍ରଥମ ମହିଳା ଲେଫ୍ଟନାଣ୍ଟ ଜେନେରାଲ ପୁନିତା ଆରୋରା

ଭାରତୀୟ ସେନାରେ ମହିଳାମାନଙ୍କୁ ସ୍ଥାନ ଦେବାର ଶ୍ରେୟ ପୁନିତା ଆରୋରାଙ୍କୁ ଯାଏ । ପ୍ରଥମେ ସ୍ଥଳ ସେନାରେ ଯୋଗ ଦେଇ ପରେ ସେ ନୌସେନାରେ ନିଯୁକ୍ତି ପାଇଥିଲେ । ୨୦୦୪ ମସିହାରେ ଭାରତୀୟ ନୌସେନାର ପ୍ରଥମ ଲେପ୍ଟନାଣ୍ଟ ଜେନେରାଲ ପଦବୀରେ ନିଯୁକ୍ତି ପାଇଥିବା ପ୍ରଥମ ମହିଳା ପୁନିତା ଅରୋରା ।  ୩୬ ବର୍ଷ ଧରି ନୌସେନାରେ କାର୍ୟ୍ୟ କରିଥିବା ପୁନିତାଙ୍କୁ ମୋଟ ୧୫ଟି ପଦକ ମିଳିଥିଲା । 

kiran 3

ପ୍ରଥମ ସହିଦ ମହିଳା କିରଣ ଶେଖାୱତ

କିରଣ ଶେଖାୱତ...ଭାରତୀୟ ପ୍ରଥମ ମହିଳା ନୌସେନା ଅଧିକାରୀ ଯିଏକି  ଅନ୍ ଡ୍ୟୁଟି ସହିଦ ହୋଇଥିଲେ । ଭାରତୀୟ ନୌସେନା ସହିତ ପର୍ୟ୍ୟବେକ୍ଷକ ଭାବରେ ଉଡ଼ାଣ ସମୟରେ ୨୪ ମାର୍ଚ୍ଚ ୨୦୧୫ରେ ଗୋଆ ଉପକୂଳରେ ଏକ ଡୋର୍ନିୟର ନିରୀକ୍ଷଣ  ଦୁର୍ଘଟଣାଗ୍ରସ୍ତ  ହୋଇଥିଲା । ଏହି ଦୁର୍ଘଟଣାରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ କିରଣ ଶେଖାୱତ । ଲେଫ୍ଟନାଣ୍ଟ ଶେଖାୱତ ଜଣେ ନୌସେନା ଅଧିକାରୀଙ୍କ ପତ୍ନୀ ଥିଲେ ।  

padmabati 1

ପ୍ରଥମ ମହିଳା ଏୟାର ମାର୍ଶାଲ ପଦ୍ମାବତୀ ବନ୍ଦୋପାଧ୍ୟାୟ

ପଦ୍ମାବତୀ ବନ୍ଦୋପାଧ୍ୟାୟ... ଭାରତୀୟ ବାୟୁସେନାର ପ୍ରଥମ ମହିଳା ଏୟାର ମାର୍ଶାଲ  । ୧୯୬୮ ମସିହାରେ ବାୟୁସେନାରେ ଯୋଗ ଦେଇଥିବା ପଦ୍ମାବତୀ ୩୪ ବର୍ଷ ଧରି ଦେଶ ସେବା କରିଥିଲେ । ପାହାଡ ଉପରେ ରହୁଥିବା ଭାରତୀୟ ସୈନିକ ମାନଙ୍କ ହିତରେ ସେ ବିଭିନ୍ନ କାର୍ୟ୍ୟ କରିଛନ୍ତି । 

gunjana 3

କାରଗିଲ୍ ଗର୍ଲ ଗୁଞ୍ଜନ ସକ୍ସେନା

ଲେଫ୍ଟନାଣ୍ଟ ଗୁଞ୍ଜନ ସକ୍ସେନା ଯାହାଙ୍କୁ କାର୍ଗିଲ୍ ଗର୍ଲ ଭାବରେ ସମସ୍ତେ ଜାଣନ୍ତି । ଗୁଞ୍ଜନ ସକ୍ସେନା କାରଗିଲ ଯୁଦ୍ଧ ସମୟରେ ଶତ୍ରୁମାନଙ୍କ ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ମହିଳା ପାଇଲଟ ଥିଲେ ଯିଏ କି କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ବିରୁଦ୍ଧରେ ଭାରତ ପକ୍ଷରୁ ଲଢ଼ିଥିଲେ । ସେଥିପାଇଁ ତାଙ୍କୁ ଶୌର୍ୟ୍ୟ ବୀର ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି ।

ତେବେ ସେ ଖାଲି ଘରର ଘରଣୀ ହୋଇ ଘର ଚଳାଉଛନ୍ତି ତା ନୁହେଁ ବରଂ ଦେଶର ରକ୍ଷା କର୍ତ୍ତା ସାଜିଛନ୍ତି ନାରୀ । ବର୍ଡରରେ ନିଜର ଦବଙ୍ଗ ଗିରି ଦେଖାଉଛନ୍ତି ମହିଳା । ସୀମା ସୁରକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି । ନୌସେନା, ସ୍ଥଳ ସେନା ଓ ବାୟୁ ସେନା..ତିନୋଟି ବାହିନୀରେ ମହିଳାମାନେ ଉତ୍କୃଷ୍ଟ କାମ କରୁଛନ୍ତି । ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢ଼ୁଛନ୍ତି ।