କନକ ବ୍ୟୁରୋ: ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଜଣେ ଅସହାୟ ମହିଳାଙ୍କ ଦୁଃଖ କାହାଣୀ । ଶାଶୂଘରର ସତ ଓଗାଳିଛନ୍ତି ମହିଳା। ପ୍ରେମ ବିବାହ କରିଥିଲି ବୋଲି ଗାଳି ଖାଇ ଖାଇ ଦିନ ସରିଗଲା। ବାପ ଘରୁ ଯୌତୁକ ଆଣିଲିନି ବୋଲି ପ୍ରତିଦିନ ଭାଗ୍ୟ ସହ ପରୀକ୍ଷା ଦେବାକୁ ପଡୁଥିଲା। ଲୁହ ଗଡି ଗଡି ଦିନ କଟୁଥିଲା। ସ୍ୱାମୀ ଏସବୁକୁ ସହି ପାରିଲେନି କି କାହାକୁ କହିପାରିଲେନି।
ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିନେଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଏକୁଟିଆ ଛୋଟ ଛୁଆକୁ ସାଙ୍ଗରେ ଧରି ଶ୍ୱଶୂର ଘରେ ବଞ୍ଚିବା ମୋ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଲା । ଭାବିଲି ସ୍ୱାମୀଙ୍କ ମୃତ୍ୟୁ ପରେ ସବୁକିଛି ଠିକ୍ ହୋଇଯିବ, ହେଲେ ମୋ ଶ୍ୱଶୂର ଘର ଲୋକେ ମୋତେ ଘରେ ଭର୍ତ୍ତି କରି ଦେଉନାହାନ୍ତି। ଏବେ ନ୍ୟାୟ ମାଗୁଛନ୍ତି ମହିଳା।