Rourkela Photograph: (Kanak News)
କନକ ବ୍ୟୁରୋ : ରାଉରକେଲାରେ ଜଙ୍ଗଲ ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଏବେ ଯାଏଁ ମିଳିନି ଯୁବତୀଙ୍କ ପରିଚୟ । ରାଉରକେଲା ବେଦବ୍ୟାସ ନିକଟ ସମିଲ ସ୍କୁଲ ନିକଟରେ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା ଅଧିନ ସମିଲ ନିକଟ ସ୍କୁଲର ପଛପଟ ବୁଦା ମୂଳରୁ ମୃତଦେହ ଉଦ୍ଧାର ହୋଇଛି ।
ଅଧିକ ପଢନ୍ତୁ : ହୀରାଖଣ୍ଡ ଟ୍ରେନରୁ ମିଳିଲା ମୃତଦେହ , ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ
ତଣ୍ଟି ଚିପି ନିର୍ମମ ହତ୍ୟା ନେଇ ସୂଚନା ମିଳିଛି । ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୁଲିସ୍ ପହଞ୍ଚି କରୁଛି ଅଧିକ ତଦନ୍ତ । ମୃତ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ତେବେ କିଏ କାହିଁକି ହତ୍ୟା କରିଛି ଏବଂ କିଭଳି ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ।
Follow Us