ସୁନା ଚେନ୍ ଲୁଟ୍‌ ମହିଳାଙ୍କ ମୃତ୍ୟୁ ଘଟଣା : ସିସିଟିଭି ଯାଂଚ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ସୁନା ଚେନ୍ ଲୁଟ୍‌ ବେଳେ ପଡିଯାଇ ଜଣେ ମହିଳା ମୃତ୍ୟୁର ଶିକାର ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଟେରାକୁ ଗିରଫ କଲା ପୋଲିସ । ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଛିଡ଼ାଇନେବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଯାଞ୍ଚ ପରେ ଧରାହେଲା ଅଭିଯୁକ୍ତ ।

8723

କନକବ୍ୟୁରୋ : ସୁନା ଚେନ୍ ଲୁଟ୍‌ ବେଳେ ପଡିଯାଇ ଜଣେ ମହିଳା ମୃତ୍ୟୁର ଶିକାର ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲୁଟେରାକୁ ଗିରଫ କଲା ପୋଲିସ । ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଛିଡ଼ାଇନେବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣା ।  ୪ ଶହ ସିସିଟିଭି ଯାଞ୍ଚ ପରେ ଧରାହେଲା ଅଭିଯୁକ୍ତ। ହରିରାଜପୁର ସୋମନାଥ ଦର୍ଶନ ବେଳେ ମହିଳା ୟୁ ବିଷ୍ଣୁ ପାତ୍ର ଙ୍କ ମୃତ୍ୟୁ ହୋଇଥିଲା । 

୧୩ ନଭେମ୍ବରରେ ଘଟିଥିଲା ଏହି ସମ୍ବେଦନଶୀଳ ଘଟଣା। କମିଶନରେଟ ପୋଲିସର ଏୟାରଫିଲଡ଼ ଥାନା ଓ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଚାଲିଥିଲା ଛାନଭିନ। ତେବେ ଗାଡି ଚଳାଉଥିବା ଅଭିଯୁକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତ ଜଣଙ୍କ ଧରାପିଡ଼ିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe