ରାଜ୍ୟରେ ଅସୁରକ୍ଷିତ ମହିଳା, ଜଗତସିଂହପୁରରେ ଛେଳି ଚରାଇବାକୁ ଯାଇଥିବା ମହିଳାଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅଞ୍ଚଳରେ ପୁଣି ଚାଞ୍ଚଲ୍ୟ । ଛେଳି ଚରାଇ ଘରକୁ ଫେରୁଥିବା ବେଳେ ଜୈନକା ମହିଳାଙ୍କୁ ଜଣେ ଦୁର୍ବୁର୍ତ୍ତ ଦୁଷ୍କର୍ମ  କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପିଡିତା ଜଣକ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

22

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା। ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ। ବଣ ଭିତରକୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ। ରଘୁନାଥପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ। ସେପଟେ, ପୀଡ଼ିତା ମହିଳାଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅଞ୍ଚଳରେ ପୁଣି ଚାଞ୍ଚଲ୍ୟ । ଛେଳି ଚରାଇ ଘରକୁ ଫେରୁଥିବା ବେଳେ ଜୈନକା ମହିଳାଙ୍କୁ ଜଣେ ଦୁର୍ବୁର୍ତ୍ତ ଦୁଷ୍କର୍ମ  କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପିଡିତା ଜଣକ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

ଏ ବାବଦରେ ପିଡିତା ତାଙ୍କ ସ୍ୱାମୀଙ୍କ ସହ ରଘୁନାଥପୁର ଥାନାକୁ ଯାଇ ଏତାଲା ଦେବାପରେ ପୋଲିସ ତାଙ୍କୁ ମେଡିକାଲ ପଠାଇ ଚିକିତ୍ସା କରିବା ସହ ଘରକୁ ପଠାଇ ଦେଇଥିଲା । ହେଲେ ଥାନା ଠାରୁ ତାଙ୍କ ଘରକୁ ପ୍ରାୟ ୧୦ କିମି ବାଟ ରାତିରେ ଚାଲି ଚାଲି ଘରକୁ ଫ୍ରରୁଥିବା  ବେଳେ ବାଟରେ ଅସୁସ୍ଥ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ ପିଡିତା। ଏହା ଦେଖି ସ୍ଥାନୀୟ କିଛି ଗ୍ରାମବାସୀ  ମହିଳାଙ୍କୁ ମେଡିକାଲ ନେବା ସହ ଚିକିତ୍ସା କରିଥିବାର ଜଣା ଯାଇଛି । ରାତିରେ ଜଣେ ପିଡିତାଙ୍କୁ ପୋଲିସ କିପରି ଅସୁରକ୍ଷିତ ଭାବରେ  ଘରକୁ ପଠାଇ ଦେଲା ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe