ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ, ୬ ତାରିଖରୁ ମିଳୁନି ପତ୍ତା, କ୍ୟାପିଟାଲ ଥାନାରେ ପରିବାର ଲୋକଙ୍କ ଅଭିଯୋଗ

ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

44

କନକ ବ୍ୟୁରୋ : ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନେଷ୍ଟବଳ ନିଖୋଜ । ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ । କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ  ନିଖୋଜ ହୋଇଯାଇଛନ୍ତି ଶୁଭମିତ୍ରା । ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଶୁଭମିତ୍ରାଙ୍କ ଘର ପାରାଦୀପର ହୋଇଥିବା ବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନେଷ୍ଟବଳ ଭାବେ କାମ କରୁଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe