ରୋଗ ଉଜାଡ଼ିଦେଲା ସୁନାସଂସାର: ଅଜଣା ରୋଗରେ ସ୍ତ୍ରୀ ପୀଡ଼ିତ, ଏପଟେ ସ୍ୱାମୀଙ୍କ ୨ଟି କିଡନି ନଷ୍ଟ

ଗୋଟିଏ ପଟେ ଦାରିଦ୍ର୍ୟ । ଆଉ ଗୋଟିଏ ପଟେ ରୋଗ । ନିୟତିର ନିଷ୍ଠୁରତା ଆଗରେ ହାର ମାନିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବାଛୁରୀପଡ଼ା ଗାଁର ସୁରେଶ ବରଜଙ୍କ ପରିବାର । ଏ ଘଟଣା ହିଁ ଏମାନଙ୍କ ଅସହାୟତା ଏବଂ ଦୁଃଖ ବଖାଣୁଛି ।

12

Photograph: (kanak news)

କନକ ବ୍ୟୁରୋ: ରୋଗ ଉଜାଡ଼ିଦେଇଛି ସୁନାସଂସାର । ବେସାହାରା ହୋଇଯାଇଛି ଗୋଟେ ପରିବାର। ସ୍ତ୍ରୀ ଚାଲିବାକୁ ସକ୍ଷମ ହେଉନି, ସ୍ବାମୀକୁ କଷ୍ଟ ଦେଉଛି ପେଟ ଯନ୍ତ୍ରଣା। ଆର୍ଥିକ ଅଭାବରେ ଘାଣ୍ଟି ହୋଇ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଛୁରୀପଡ଼ା ଗାଁର ସୁରେଶ ବରଜ।

ଗୋଟିଏ ପଟେ ଦାରିଦ୍ର୍ୟ । ଆଉ ଗୋଟିଏ ପଟେ ରୋଗ । ନିୟତିର ନିଷ୍ଠୁରତା ଆଗରେ ହାର ମାନିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବାଛୁରୀପଡ଼ା ଗାଁର ସୁରେଶ ବରଜଙ୍କ ପରିବାର । ଏ ଘଟଣା ହିଁ ଏମାନଙ୍କ ଅସହାୟତା ଏବଂ ଦୁଃଖ ବଖାଣୁଛି । ୫ ବର୍ଷ ହେଲାଣି ସ୍ତ୍ରୀ ଅଜଣା ରୋଗରେ ପୀଡ଼ିତ। ଦୁଇ ଗୋଡ଼ ହାତରୁ ପୁଳା ପୁଳା ମାଂସ ଖସୁଛି । ସ୍ତ୍ରୀର ଚିକିତ୍ସା କଥା ବୁଝୁବୁଝୁ ଜାଣିଲେ ନିଜର ୨ଟି ଯାକ କିଡ୍‌ନି ନଷ୍ଟ ହୋଇଯାଇଛି । ଦୁଃଖର ପାହାଡ଼ ତଳେ ଦବି ହୋଇ ବଞ୍ଚିବାର ରାହା ଖୋଜୁଛି ପରିବାର ।

ଘରେ ରୋଜଗାର କରିବାକୁ କେହିନାହିଁ। ସୁରେଶ ପର ଘରେ ପାଇଟି କରି ଝିଅକୁ କଷ୍ଟେମଷ୍ଟେ ବାହା ଦେଇଥିଲେ। ଏବେ ପୁଅ ପଢ଼ା ଛାଡ଼ି ଗୋରୁ ଚରାଉଛି। ଯେଉଁଠି ପେଟକୁ ମୁଠାଏ ଦାନା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି, ସେଠି ଘର କଥା କ’ଣ ବା ବୁଝିବେ। ପଲିଥିନ ଟଣା ଦଦରା କୁଡ଼ିଆରେ ରହୁଛନ୍ତି ୩ ପ୍ରାଣୀ କୁଟୁମ୍ବ। ଏଭଳି ପରିସ୍ଥିତିରେ କେବଳ ସରକାରୀ ସହାୟତା ହିଁ ଏହି ପରବାରର ଏକମାତ୍ର ସାହା ଓ ଭରସା । ସ୍ଥାନୀୟ ପ୍ରଶାସନ ଯଦି ଏହି ପରିବାରକୁ ସହାୟ ନହେବେ ତାହେଲେ ଉଜୁଡିଯିବ ଏହି ରୋଗିଣା ଦମ୍ପତିଙ୍କ ପରିବାର। ଅନ୍ଧକାର ହୋଇଯିବ ଗୋଟେ ପୁଅର ଭବିଷ୍ୟତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe