କନକ ବ୍ୟୁରୋ: ଦୁନିଆରେ ଅଜବ ଗଜବ କାହାଣୀ ଆପଣ କେଉଁଠି ନା କେଉଁଠି ଦେଖିଥିବେ କିମ୍ବା ଶୁଣିଥିବେ । ହେଲେ କୁକୁର ପ୍ରେମରେ ଜଣେ ମହିଳା ଏମିତି ପାଗଳାମୀ କରିଛନ୍ତି ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ମହିଳା ଜଣକ କୁକୁର ଜନ୍ମଦିନରେ ପାଖାପାଖି ୫ ଲକ୍ଷ ଟଙ୍କା ଉଡ଼ାଇ ଚର୍ଚ୍ଚାକୁ ଆସିଛନ୍ତି । 

Advertisment

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । କେହି କେହି ଏତେ ଗରିବ ଯେ ସକାଳେ ଖଟିଲେ ଖରାବେଳର ଖାଇବା ପାଆନ୍ତି ଆଉ ରାତିରେ ଉପାସ ସୁଅନ୍ତି । ସେଭଳି ଦୁନିଆରେ ଏତେ ଧନୀ ଲୋକ ଅଛନ୍ତି ଯିଏ କି, ସୁନାର ଚାମଚରେ ମଧ୍ୟ ଖାଦ୍ୟ ଖାଉଛନ୍ତି । ଠିକ୍ ସେମିତି କିଛି ଉଦାହରଣ ଝାଡ଼ଖଣ୍ଡ ଜିଲ୍ଲାରୁ... ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ଜଣେ ମହିଳା ନିଜ ପୋଷା କୁକୁରର ବାର୍ଥ ଡେରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ସାମାନ୍ୟ କୁକୁରର ଜନ୍ମଦିନ କେକର ଦାମ୍ ୪୦ ହଜାର ଟଙ୍କା ଜାଣିବା ପରେ ଲୋକଙ୍କ ହୋସ୍ ଉଡ଼ିଯାଇଛି । 

ସୂଚନା ମୁତାବକ, ଝାଡ଼ଖଣ୍ଡ ଜାମସେଦପୁରର ମହିଳା ଜଣକ ସପନା ନିଜ ପୋଷା କୁକୁର ବାର୍ଥ ପାର୍ଟି ଶାନଦାର ଭାବେ ପାଳିଛନ୍ତି । ସମାଜସେବୀ ଭାବେ ପରିଚିତ ଥିବା ଝାଡ଼ଖଣ୍ଡର ସପନା ଜଣେ ସିଙ୍ଗଲ ମଦର, ତେଣୁ ସେ ପଶୁପ୍ରେମୀ ମଧ୍ୟ ସାଧାରଣରେ ଚର୍ଚ୍ଚା ହୁଏ । ସେଥିପାଇଁ ତାଙ୍କ ପୋଷ୍ୟ କୁକୁରର ଜନ୍ମଦିନ ନିଜ ଛୁଆ ଭଳି ପାଳନ କରିଛନ୍ତି ବୋଲି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କୁହନ୍ତି ।

ସପ୍ନା ନିଜ କୁକୁର ଜନ୍ମଦିନର ନିମନ୍ତ୍ରଣ କାର୍ଡ ଛପାଇଥିଲେ ଏବଂ ୩୦୦ରୁ ଅଧିକ ଅତିଥିଙ୍କୁ ଏହି ସେଲିବ୍ରେସନରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିବା ଦେଖିବାକୁ ମିଳିଥିଲା । ଚାକଚକ୍ୟ ଭରା ରିକ୍ଲାଇନର ସିଟ୍, ଡିଜେ ନାଇଟ୍, ଏବଂ ବିଭିନ୍ନ ପ୍ରକାରର ଫୁଡ୍ ଆଇଟମ୍ କରି ଲୋକଙ୍କୁ ତାଜୁବ କରିଦେଇଛନ୍ତି ସପ୍ନା । ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ମହିଳା ଜଣକ ସମାଜସେବୀ ବା ପଶୁପ୍ରେମୀ ଭାବେ କୁକୁରର ଜନ୍ମଦିନ ପାଳି ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିଥିଲେ । କିନ୍ତୁ ଏହାକୁ କିଛି ଲୋକ ଭଲ ଏବଂ ମନ୍ଦ ଭାବେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । କେହି କେହି ଏହାକୁ ପଶୁପ୍ରତି ମଣିଷର ନିସ୍ୱାର୍ଥପର ଭଲ ପାଇବା ବୟାନ କରୁଥିବା କହୁଥିବାବେଳେ ଆଉ କେହି ଏହାକୁ ମଣିଷର ସବୁଠୁ ବଡ଼ ମୁର୍ଖାମୀ ବୋଲି କହିଛନ୍ତି । କାରଣ ଯଦି ଉକ୍ତ ମହିଳା ଜଣକ କୁକୁର ଜନ୍ମଦିନ ପାଇଁ ଯେଉଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ତାହାକୁ ଯଦି କୌଣସି ଅସହାୟ କିମ୍ବା ଗରିବକୁ ଦାନ କରିଦେଇଥାନ୍ତେ ତେବେ ତାଙ୍କୁ ଆଶୀର୍ବାଦ ମଳିଥାନ୍ତା ଆଉ ମହିଳାଙ୍କର ମଙ୍ଗଳ ହୋଇଥାନ୍ତା ।

ତେବେ ଆମ ଶିକ୍ଷିତ ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରନ୍ତି, କାହାକୁ କ’ଣ ପସନ୍ଦ ତାହା ନିଜସ୍ୱ ଅଧିକାର । ହେଲେ ଗୋଟେ କୁକୁରର ଜନ୍ମଦିନରେ ଏଭଳି ଲକ୍ଷାଧିକ ଟଙ୍କା ଉଡ଼ାଇବା କେତେଦୂର ଠିକ୍ ତାହା ଆପଣ ହିଁ ବିଚାର କରିବେ ।