ପାଣି ପାଇଁ ରାସ୍ତାରୋକ; ଗରା, ବାଲ୍‌ତି ଧରି ରାସ୍ତାରେ ବସିଲେ ମହିଳା

ରାୟଗଡ଼ା କାଶୀପୁର ବ୍ଲକ ଦୁଡୁକା ବାହଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ ରାସ୍ତାରୋକ ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । କାଶୀପୁର ରାୟଗଡ଼ାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ।

Woman Protest

Photograph: (Kanak News)

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଗରା, ବାଲ୍‌ତି ଧରି ରାସ୍ତାରେ ବସିଲେ ମହିଳା । ରାୟଗଡ଼ା କାଶୀପୁର ବ୍ଲକ ଦୁଡୁକା ବାହଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ ରାସ୍ତାରୋକ ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । କାଶୀପୁର ରାୟଗଡ଼ାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଦୁଡୁକାବାହାଲ ଠାରେ ଥିବା ନଳକୂପରୁ ଆବଶ୍ୟକ ପରିମାଣର ପାନୀୟଜଳ ବାହାରୁନଥିବା ବେଳେ ଆଉ କିଛି ଖରାପ ହୋଇଯାଇଛି । ୧୫ରୁ ୨୦ ଦିନ ଧରି ପାନୀୟଜଳ ନପାଇ ହଇରାଣ ହେଉଥିବା ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଶେଷରେ ଆଜି ରାସ୍ତାରେ ଗରା, ବାଲ୍‌ତି ରଖି ମୁଖ୍ୟ ରାସ୍ତା ଅବୋରଧ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe