କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଗରା, ବାଲ୍ତି ଧରି ରାସ୍ତାରେ ବସିଲେ ମହିଳା । ରାୟଗଡ଼ା କାଶୀପୁର ବ୍ଲକ ଦୁଡୁକା ବାହଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ ରାସ୍ତାରୋକ ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । କାଶୀପୁର ରାୟଗଡ଼ାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଦୁଡୁକାବାହାଲ ଠାରେ ଥିବା ନଳକୂପରୁ ଆବଶ୍ୟକ ପରିମାଣର ପାନୀୟଜଳ ବାହାରୁନଥିବା ବେଳେ ଆଉ କିଛି ଖରାପ ହୋଇଯାଇଛି । ୧୫ରୁ ୨୦ ଦିନ ଧରି ପାନୀୟଜଳ ନପାଇ ହଇରାଣ ହେଉଥିବା ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଶେଷରେ ଆଜି ରାସ୍ତାରେ ଗରା, ବାଲ୍ତି ରଖି ମୁଖ୍ୟ ରାସ୍ତା ଅବୋରଧ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି ।
ପାଣି ପାଇଁ ରାସ୍ତାରୋକ; ଗରା, ବାଲ୍ତି ଧରି ରାସ୍ତାରେ ବସିଲେ ମହିଳା
ରାୟଗଡ଼ା କାଶୀପୁର ବ୍ଲକ ଦୁଡୁକା ବାହଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ ରାସ୍ତାରୋକ ଯୋଗୁ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । କାଶୀପୁର ରାୟଗଡ଼ାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ।
/kanak/media/media_files/2025/09/13/woman-protest-2025-09-13-12-04-31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)