କନକ ବ୍ୟୁରୋ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା । ପର ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା କରିଛି ସ୍ବାମୀ । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଭବାନୀପୁର ରଜାମୁଣ୍ଡା ଅଞ୍ଚଳରେ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ମଙ୍ଗଳ ଓରାମ ସବୁବେଳେ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲା । ପର ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମାଡ଼ପିଟ କରୁଥିଲା ।
ଗତକାଲି ରାତିରେ ମଧ୍ୟ ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା ପରେ ରାଗରେ ଘର ପାଖ ଇଟା ଭାଟି ପାଖରେ ଇଟାରେ ସ୍ତ୍ରୀର ମୁଣ୍ଡକୁ ଛେଚି ହତ୍ୟା କରିଛି । ହତ୍ୟା କଲା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଅଭିଯୁକ୍ତ ମଙ୍ଗଳକୁ ଗିରଫ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସଦର ଏସଡିପିଓ ମାନସ ରଞ୍ଜନ ମହାପାତ୍ର, ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଅନିଲ କୁମାର ସାମଲ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।