ଘରେ ପଶି ବୃଦ୍ଧାଙ୍କୁ ଝୁଣି ପକାଇଲା କୁକୁର ; ଘଟଣାସ୍ଥଳରେ ହିଁ ଚାଲିଗଲା ଚାଲିଗଲା ଜୀବନ

ଜୀବନ ନେଇଗଲା ପାଗଳ କୁକୁର । ବାଲେଶ୍ୱର ଭୋଗରାଇ ଜୟରାମପୁର ଗାଁରେ ଅଘଟଣ । ଘରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଝୁଣି ମାରିଲା କୁକୁର । ପାଗଳ କୁକୁରକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ ।

28dog

କନକ ବ୍ୟୁରୋ: ଜୀବନ ନେଇଗଲା ପାଗଳ କୁକୁର । ଘରେ ଶୋଇଥିବାବେଳେ ବୃଦ୍ଧାଙ୍କୁ ଝୁଣି ମାରିଲା କୁକୁର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ଗାଁରେ । ଘରେ ଏକା ଶୋଇଥିବା ବେଳେ ଆକ୍ରମଣ କରିଥିଲା ପାଗଳ କୁକୁର । ବୃଦ୍ଧାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଜୀବନ ହାରିଥିଲେ ମହିଳା । ଅନ୍ୟପଟେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ କୁକୁରକୁ ପିଟିପିଟି ମାରିଛନ୍ତି ପଡୋଶୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe