ଭାଉଜକୁ ହାଣିଲା ଦିଅର ; ଡାହାଣୀ ସନ୍ଦେହରେ ହତ୍ୟା

ଡାହାଣୀ ସନ୍ଦେହରେ ଭାଉଜକୁ ଟାଙ୍ଗିଆରେ ହାଣିଲା ଦିଅର । କେନ୍ଦୁଝର ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ହତ୍ୟା କରିବା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଗଙ୍ଗା ମୁର୍ମୁ । 

17 d

କନକ ବ୍ୟୁରୋ: ଡାହାଣୀ ସନ୍ଦେହରେ ଭାଉଜକୁ ଟାଙ୍ଗିଆରେ ହାଣିଲା ଦିଅର । କେନ୍ଦୁଝର ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ହତ୍ୟା କରିବା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଗଙ୍ଗା ମୁର୍ମୁ । 

ସୂଚନା ଅନୁସାରେ, ସ୍ତ୍ରୀଙ୍କ ମୃତ୍ୟୁ ପରେ ପିଲାଙ୍କ ଦେହ ବାରମ୍ବାର ଖରାପ ହେଉଥିବା ନେଇ ଚିନ୍ତିତ ଥିଲେ ଗଙ୍ଗା । ଗୁଣି ଗାରେଡି ଯୋଗୁଁ ନିଜ ପିଲାର ଦେହ ଖରାପ ହେଉଥିବା ନେଇ ସନ୍ଦେହ କରୁଥିଲେ ଗଙ୍ଗା । ଆଉ ଭାଉଜକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲା ଗଙ୍ଗା । ଆଉ ଶୁକ୍ରବାର ସୀତାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ଦିଅର । ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe